24.5 C
Bhubaneswar
Thursday, January 16, 2025
Homeଓଡିଶାବିଷାକ୍ତ ଛତୁ ଖାଇ ୭ ଜଣ ଅସୁସ୍ଥ: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ବିଷାକ୍ତ ଛତୁ ଖାଇ ୭ ଜଣ ଅସୁସ୍ଥ: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

କନ୍ଧମାଳ : ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଜଣ ଅସୁସ୍ଥ । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଏନଏସି ୭ ନମ୍ବର ୱାର୍ଡରୁ ଏପରି ଖବର ଆସିଛି । ନୂଆସାହିର ହରିଜନ ବସ୍ତିର ମଳିକ ନାୟକଙ୍କ ପରିବାର ଜଙ୍ଗଲୀ ଛତୁ ସଂଗ୍ରହ କରି ଆଣିଥିଲେ, ଆଉ ଏହାକୁ ରାନ୍ଧି ଖାଇଥିଲେ । ଏହାପରେ ପରିବାରର ୭ ଜଣ ଅସୁସ୍ଥ ହୋଇପଡ଼ିଥିଲେ । ବିଷାକ୍ତ ଛତୁ ଖାଇବା ପରେ ସେମାନଙ୍କ ମୁଣ୍ଡ ଝିମ ଝିମ୍ ହେବା ସହ ପେଟରେ ଯନ୍ତ୍ରଣା ହୋଇଥିଲା । ପ୍ରଥମେ ସେମାନଙ୍କୁ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking