15.1 C
Bhubaneswar
Friday, January 3, 2025
Homeଦେଶ ବିଦେଶକିମ୍ ଜୋଙ୍ଗ୍‌ଙ୍କୁ ଭେଟିଲେ ରୁଷ ପ୍ରତିରକ୍ଷା ମନ୍ତ୍ରୀ

କିମ୍ ଜୋଙ୍ଗ୍‌ଙ୍କୁ ଭେଟିଲେ ରୁଷ ପ୍ରତିରକ୍ଷା ମନ୍ତ୍ରୀ

ପ୍ୟୋଙ୍ଗ୍‌ୟାଙ୍ଗ୍‌: ଉତ୍ତର କୋରିଆ ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଗୁରୁବାର ରୁଷ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁଙ୍କୁ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ସୈନ୍ୟ ପ୍ରସଙ୍ଗ ଏବଂ ସୁରକ୍ଷାକୁ ନେଇ ଆଲୋଚନା ହୋଇଛି । ଉତ୍ତର କୋରିଆ ସରକାର ମିଡିଆ କେସିଏନ୍‌ଏ କହିଛି, ଏହି ଅବସରରେ କିମ୍ ରୁଷ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭିକ୍ଟ୍ରି ଡେ’ର ଅତିଥି ଭାବେ ଆମନ୍ତ୍ରଣ କରିଛନ୍ତି । ଚୀନ୍‌ର ଏକ ପ୍ରତିନିଧିମଣ୍ଡଳୀ ମଧ୍ୟ ଏହି ଅବସରରେ ଉତ୍ତର କୋରିଆରେ ପହଞ୍ଚିଛି ।

ଗୁୁରୁବାର ଉତ୍ତର କୋରିଆରେ ପ୍ରତିରକ୍ଷା ପ୍ରଦର୍ଶନୀ ଆୟୋଜିତ ହୋଇଛି । ଯେଉଁ ବାଲେଷ୍ଟିକ୍ ମିସାଇଲ୍ ଟେଷ୍ଟିଂକୁ ନେଇ ଉତ୍ତର କୋରିଆ ଉପରେ ବ୍ୟାନ୍ ଲଗାଯାଇଛି, ତାହା ଏହି ପ୍ରଦର୍ଶନୀରେ ସାମିଲ କରାଯାଇଥିଲା । ଏହାପରେ ରୁଷ ପ୍ରତିରକ୍ଷା ମନ୍ତ୍ରୀ ଶୋଇଗୁ ଭାଷଣ ଦେଇ ଉତ୍ତର କୋରିଆ ଆର୍ମି ବିଶ୍ୱର ସବୁଠୁ ଶକ୍ତିଶାଳୀ ଆର୍ମି ହୋଇଛି ବୋଲି କହିଥିଲେ । ଏହି ଅବସରରେ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ଲି ହୋଙ୍ଗ୍‌ଝୋଙ୍ଗ୍ ମଧ୍ୟ ଉପସ୍ଥିତି ଥିଲେ । କେସିଏନ୍‌ଏ ଅନୁସାରେ ଶୋଇଗୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଏକ ପତ୍ର ମଧ୍ୟ କିମ୍‌ଙ୍କୁ ପ୍ରଦାନ କରିଥିଲେ । ସୋଭିଏତ୍ ସଂଘର ପତନ ପରେ କୌଣସି ରୁଷ ପ୍ରତିରକ୍ଷା ମନ୍ତ୍ରୀଙ୍କର ଏହା ପ୍ରଥମ ଉତ୍ତର କୋରିଆ ଯାତ୍ରା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking