ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବର୍ଷା ବିତ୍ପାତ । ବନ୍ୟା ପାଣିରେ ଭାସି ଜଣଙ୍କର ମୃତ୍ୟୁ । ରାସବେଡ଼ା ପଞ୍ଚାୟତ ମୁଦୁଲିଗୁଡ଼ା ଗାଁର ଘେନୁ ଚାଲାଣଙ୍କ ମୃତ୍ୟୁ ହୋଇଛି । ଗତକାଲି ଜମିକୁ ଯାଇ ଆଉ ଫେରିନଥିଲେ । ଆଜି ମୁଦୁଲିଗୁଡ଼ା-ମାଛାଗୁଡ଼ା ନାଳରୁ ମୃତଦେହ ଉଦ୍ଧାର ହୋଇଛି । କନ୍ୟାଶ୍ରମ, ଫାର୍ମ ହାଉସ, କଙ୍ଗୋରୁକୋଣ୍ଡା, ଏମଭି ୯୦ ପୋଲ ଉପରେ ପାଣି ପ୍ରବାହିତ ହେଉଛି । ସେପଟେ, ଲଗାଣ ବର୍ଷାରେ କାଲିମେଳାରେ ପୁଣି ବୁଡ଼ିଲା କାଙ୍ଗୁରୁକୋଣ୍ଡା ପୋଲ । ୨ଫୁଟର ବନ୍ୟାଜଳ ପୋଲ ଉପରେ ପ୍ରବାହିତ ହେଉଛି । ୩୨୬ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବନ୍ଦ ରହିଛି । ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଉଭୟ ପଟେ ଅଟକି ରହିଛି ଅନେକ ଯାନବାହାନ । ବର୍ଷା ପାଇଁ ସପ୍ତାହ ଭିତରେ ୨ ଥର ବୁଡ଼ିଲାଣି ଏହି ପୋଲ ।