ବେଙ୍ଗାଲୁରୁ : ଚନ୍ଦ୍ରଯାନ-୩ ମଙ୍ଗଳବାର ସଫଳତାର ସହିତ ପଞ୍ଚମ ତଥା ଅନ୍ତିମ ଥର ପାଇଁ ଆର୍ଥ ବାଉଣ୍ଡ୍ ଅର୍ବିଟ୍ ଚେଞ୍ଜିଙ୍ଗ୍ ପୂରା କରିଛି । ଏବେ ଚନ୍ଦ୍ରଯାନ ୧୨୭୬୦୯ କିମି ଗୁଣନ ୨୩୬ କିମି ଅର୍ବିଟ୍ରେ ରହିଛି । ଏହା ପୂର୍ବରୁ ଜୁଲାଇ ୨୦ରେ ଚନ୍ଦ୍ରଯାନ ୭୧୩୫୧ କିମି ଗୁଣନ ୨୩୩ କିମି ଅର୍ବିଟ୍ରେ ଥିଲା । ଏବେ ସ୍ପେସ୍କ୍ରାଫ୍ଟ ଜୁଲାଇ ୩୧ ମଧ୍ୟରାତ୍ରିରେ ସ୍ଲିଙ୍ଗ୍ ଶଟ୍ ମାଧ୍ୟମରେ ପୃଥିବୀର କକ୍ଷପଥ ଛାଡ଼ି ଚନ୍ଦ୍ର ଆଡ଼କୁ ଅଗ୍ରସର ହେବ । ଅଗଷ୍ଟ ୫ରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ ଏବଂ ଅଗଷ୍ଟ ୨୩ରେ ଚନ୍ଦ୍ରର ପୃଷ୍ଠଭାଗରେ ଅବତରଣ କରିବ ।
ମିଜୋରାମରେ ବିସ୍ଫୋରକ ମିଳିବା ମାମଲାରେ ୩ ଗିରଫ
ମିଜୋରାମରେ ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ମିଳିବା ମାମଲାରେ ନାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି (ଏନ୍ଆଇଏ) ତିନିଜଣ ଲୋକଙ୍କୁ ଗିରଫ କରିଛି । ଏହା ମଧ୍ୟରୁ ଜଣେ ମ୍ୟାଁମାର ନାଗରିକ ସାମିଲ । ମାମଲା ୨୦୨୨ ମେ’ ୧ ତାରିଖର । ସେତେବେଳେ ଆସାମ ରାଇଫଲ୍ସର ସେକେଣ୍ଡ୍ ବାଟାଲିଅନ୍ ଟିମ୍ ମିଜୋରାମ ରାଜଧାନୀ ଆଇଜଲ୍ରୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଭର୍ତ୍ତି ଦୁଇଟି ଟ୍ରକ୍ ଜବତ କରିଥିଲା ।