22.1 C
Bhubaneswar
Wednesday, January 15, 2025
Homeଓଡିଶାଥାନାରେ ଭାଉଜ ସିନ୍ଥିରେ ସିନ୍ଦୂର ଦେଲା ଦିଅର

ଥାନାରେ ଭାଉଜ ସିନ୍ଥିରେ ସିନ୍ଦୂର ଦେଲା ଦିଅର

ସୁବର୍ଣ୍ଣପୁର: ନା ବାଜିଲା ବାଜା । ନ ଫୁଟିଲା ବାଣ । ନା ଥିଲେ ବରଯାତ୍ରୀ । ଥାନାରେ ହେଲା ବାହାଘର । ସ୍ୱାମୀଙ୍କ ଉପସ୍ଥିତିରେ ଦିଅର ବେକରେ ବରଣମାଳା ପକାଇଲେ ମହିଳା । ଆଉ ଥାନା ବାବୁଙ୍କଠାରୁ ନେଲେ ଆଶୀର୍ବାଦ । ଏପରି ବିରଳ ବିବାହ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନାରେ । ସୂଚନା ଅନୁଯାୟୀ, ଅନୁଗୋଳ ଜିଲ୍ଲା ସାମସିଙ୍ଗା ଗାଁର ଝିଲି ପ୍ରଧାନ ୩ ବର୍ଷ ତଳେ ସାନକିରାସିରା ଗ୍ରାମର ମାଧବ ପ୍ରଧାନଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ବାହାଘର ପରି ସ୍ୱାମୀ ଓ ସ୍ତ୍ରୀଙ୍କ ଦାମ୍ପତ୍ୟ ଜୀବନ ଠିକ୍‌?ଠାକ ଚାଲିଥିଲେ । ହଠାତ୍ ଏଣ୍ଟ୍ରି ମାରିଲେ ମାଧବ ମାଉସୀ ପୁଅ ପରମେଶ୍ୱର ପ୍ରଧାନ । ବାହାଘର ପରେ ସେ ମାଧବଙ୍କ ଘରକୁ ଯିବା ଆସିବା କଲେ । ପ୍ରଥମ ଦେଖାରେ ଭାଉଜ ଝିଲିଙ୍କ ପ୍ରେମରେ ପଡ଼ି ଯାଇଥିଲେ ପରମେଶ୍ୱର ।

କଥାବାର୍ତ୍ତା ପରେ ଲୁଚାଛପା ଭେଟାଭେଟି ହେଉଥିଲେ ଦିଅର ଓ ଭାଉଜ । ହେଲେ ମାଧବ କିଛି ଟେର ପାଉନଥିଲେ । ପରବର୍ତ୍ତୀ ସମୟରେ ଝିଲି ଓ ପରମେଶ୍ୱର ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଗତ ସପ୍ତାହେ ଉଭୟ ଘରୁ ପଳାଇ ଯାଇଥିଲେ । ପରିବାର ଲୋକେ ଉଭୟଙ୍କୁ ବହୁ ଖୋଜା ଖୋଜି କରିଥିଲେ । ମାତ୍ର ପାଇନଥିଲେ । ପତ୍ନୀ ଘରୁ କେଉଁଆଡ଼େ ପଳାଇଯାଇଥିବା ନେଇ ମାଧବ ସୁବଲୟା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ବହୁ ଖୋଜା ଖୋଜି ପରେ ଗତ ଗୁରୁବାର ଉଭୟଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା ପୁଲିସ ।

ପଚରା ଉଚରା ବେଳେ ଝିଲି ଓ ପରମେଶ୍ୱର ପରସ୍ପରକୁ ବିବାହ କରିବେ ବୋଲି ଅଡି ବସିଥିଲେ । ଉଭୟ ସାବାଳକ ହୋଇଥିବାରୁ ପୁଲିସ ଦୁଇ ପରିବାର ଲୋକଙ୍କୁ ଥାନାକୁ ଡାକିଥିଲା । ଆଉ ପରିବାର ଲୋକଙ୍କ ଉପସ୍ଥିତିରେ ଦିଅର ଭାଉଜରୁ ସ୍ୱାମୀ-ସ୍ତ୍ରୀ ହେଲେ ଝିଲି ଓ ପରମେଶ୍ୱର । ଥାନା ଭିତରେ ଠାକୁରଙ୍କୁ ସାକ୍ଷୀ ରଖି ଝିଲିଙ୍କ ସିନ୍ଥିରେ ସିନ୍ଦୂର ପିନ୍ଧାଇଲେ ପରମେଶ୍ୱର । ସାକ୍ଷୀ ରହିଥିଲେ ଥାନାରେ ଉପସ୍ଥିତ ଥିବା ଥାନାବାବୁ ଓ କର୍ମଚାରୀମାନେ । ବିବାହ ବନ୍ଧନରେ ବାନ୍ଧି ହେବା ପରେ ଥାନା କର୍ମଚାରୀଙ୍କ ଆଶୀର୍ବାଦ ନେଇଥିଲେ ଦୁହେଁ । ବିବାହ ସମୟରେ ସୁବଳୟା ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ, ଏସଆଇ ଦୀପ୍ତି ରଞ୍ଜନ ଦିଗାଲ ସମେତ ୩ ପରିବାରର ସଦସ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking