22.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶମେସେଜ୍ ପଠାଇବା ପାଇଁ ଟଙ୍କା ନେବ ଟ୍ୱିଟର; ଏଲନ୍ ମସ୍କ ଆଣିଲେ ଆଉ ଏକ ନୂଆ...

ମେସେଜ୍ ପଠାଇବା ପାଇଁ ଟଙ୍କା ନେବ ଟ୍ୱିଟର; ଏଲନ୍ ମସ୍କ ଆଣିଲେ ଆଉ ଏକ ନୂଆ ନିୟମ

ନୂଆଦିଲ୍ଲୀ : ଏଲନ୍ ମସ୍କ ଗତବର୍ଷଠୁ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ମାଲିକ ହୋଇଛନ୍ତି । ଆଉ ଏହା ପରଠୁ ଟ୍ୱିଟରରେ ଅନେକ କିଛି ପରିବର୍ତ୍ତନ କରିବାରେ ଲାଗିଛନ୍ତି । ଯେଉଁଥିରେ ସବୁଠାରୁ ପ୍ରମୁଖ ହେଉଛି ଟ୍ୱିଟର ବ୍ଲୁ । ଟ୍ୱିଟର ବ୍ଲୁ ହେଉଛି କମ୍ପାନୀର ଏକ ଫି-ଆଧାରିତ ସେବା । ଟ୍ୱିଟର ବ୍ଲୁ ଅଧୀନରେ ଉପଭୋକ୍ତାମାନଙ୍କୁ ଏକ ନୀଳ ଟିକ୍ ମିଳିଥାଏ ଏବଂ ସେମାନଙ୍କୁ ପ୍ରତି ମାସରେ ଏଥି ପାଇଁ ନିର୍ଦ୍ଦିଷ୍ଟ ଦେୟ ଦେବାକୁ ପଡୁଛି । ଆଉ ଏବେ ଆଉ ଏକ ନୂଆ ନିୟମ ଆସିଛି । ଯାହା ହେଉଛି ଟ୍ୱିଟରରେ ଏଣିକି ମେସେଜ ପଠାଇବା ପାଇଁ ଟଙ୍କା ଦେବାକୁ ପଡିବ । ଆପଣ ବିନା ଟଙ୍କାରେ କାହାକୁ ମେସେଜ ପଠାଇ ପାରିବେ ନାହିଁ । ଏଲନ୍ ମସ୍କଙ୍କ ଘୋଷଣା ଅନୁସାରେ ଟ୍ୱିଟର ବ୍ଲୁ ଟିକ୍ ସର୍ଭିସରେ ଟ୍ୱିଟର ଊଗ ଅନ୍ତର୍ଭୁକ୍ତ କରାଯାଇଛି ।

ଏହାର ଅର୍ଥ ହେଉଛି ଯଦି ଆପଣ ଟ୍ୱିଟର ବ୍ଲୁ ର ସେବା ନେଇ ନାହାଁନ୍ତି ତେବେ ଆପଣ କାହାକୁ ବାର୍ତ୍ତା ଦେବାକୁ ସମର୍ଥ ହେବେ ନାହିଁ । ସ୍ପାମ୍ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଏଲନ୍ ମସ୍କ କହିଛନ୍ତି । ଏଣୁ ଆପଣ ଯଦି ଟ୍ୱିଟର ବ୍ଲୁ ର ସେବା ନେଇଛନ୍ତି ତେବେ ଟ୍ୱିଟରରେ ସିଧାସଳଖ ମେସେଜିଂ (ଡିଏମ୍‌) କରିପାରିବେ । ଏହା ଆଜି ଠାରୁ ଆରମ୍ଭ ହୋଇଛି । ଟ୍ୱିଟର କହିଛି ଯେ ଏହି ଫିଚର ଜୁଲାଇ ୧୪ ରେ ଲଞ୍ଚ କରାଯାଇଥିଲା, ଯାହା ପରେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ସ୍ପାମ୍ ମେସେଜରେ ଉଲ୍ଲେଖନୀୟ ହ୍ରାସ ଘଟିଛି । ଟ୍ୱିଟରରେ କୌଣସି ଆକାଉଣ୍ଟଧାରୀ ଅସୀମିତ ଟୁଇଟ ପଢି ପାରିବ ନାହିଁ । ଏପରି କି ଟ୍ୱିଟରର ଲଗଇନ ନକଲେ ଟ୍ୱିଟର ଦେଖିହେବ ନାହିଁ । ସୂଚନା ଅନୁସାରେ ଭେରିଫାଏଡ ଆକାଉଣ୍ଟସରୁ ଦିନକୁ ଜଣେ ୬ହଜାର ପୋଷ୍ଟ ପଢିପାରିବେ । ସେହିପରି ଭେରିଫାଏ ହୋଇନଥିବା ଆକାଉଣ୍ଟଧାରୀ ଦିନକୁ ୬୦୦ ପୋଷ୍ଟ ଏବଂ ଭେରିଫାଏ ହୋଇନଥିବା ନୂଆ ଆକାଉଣ୍ଟରୁ ଦିନକୁ ୩୦୦ ପୋଷ୍ଟ ଦେଖିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking