20.1 C
Bhubaneswar
Thursday, January 16, 2025
Homeଓଡିଶାଚତୁର୍ଥ ଗଳ୍ପ ସଂକଳନ ‘ପରିଚୟ’ର ଲୋକାର୍ପଣ ଉତ୍ସବ

ଚତୁର୍ଥ ଗଳ୍ପ ସଂକଳନ ‘ପରିଚୟ’ର ଲୋକାର୍ପଣ ଉତ୍ସବ

ଭୁବନେଶ୍ୱର: ବିଜୟ କୁମାର ପଟ୍ଟନାୟକ ମେମୋରିଆଲ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ସୌଜନ୍ୟତାରେ ଆଯୋଜିତ ଅଜୟ କୁମାର ପଟ୍ଟନାୟକଙ୍କ ୪ର୍ଥ ସଙ୍କଳନ ପରିଚୟର ଲୋକାର୍ପଣ ଉତ୍ସବ ତଥା ଓଡିଆ ଭାଷାର ସୁରକ୍ଷା ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ବାଦ ଗ୍ରୃଫର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗନେଇ ଓଡିଆ ଭାଷାକୁ ନେଇ ମତବ୍ୟକ୍ତ ଦେଇଥିଲେ ସେ କହିଥିଲେ ଓଡିଆ ଭାଷାର ସୁରକ୍ଷା ପାଇଁ ଆଇନର ଯେତିକି ଆବଶ୍ୟକତା ନାହିଁ, ଆମ୍ଭମାନଙ୍କ ମଧ୍ୟରେ ସଚେତନତାର ସେତିକି ଆବଶ୍ୟକତା ରହିଛି । ଭାଷାକୁ ଯଦି ଅଧିକରୁ ଅଧିକ ଲୋକ ବ୍ୟବହାର କରିବେ ବିଶେଷକରି ଓଡିଶାରେ ବିଶିଷ୍ଟ ବର୍ଗ ଯଥା ଉଚ୍ଚ ଶିକ୍ଷିତ, ତେବେ ଓଡିଆ ଭାଷାର ସୁରକ୍ଷାକୁ କେହି ଅଣଦେଖା କରି ପାରିବେ ନାହିଁ, ଇଂରାଜୀ ଭାଷାରେ ଉଚ୍ଚଶିକ୍ଷା ଓ ଶାସନବ୍ୟବସ୍ଥା ଚାଲିବା ପଛରେ ନିଶ୍ଚିତ ଭାବରେ ଆମ୍ଭମାନଙ୍କ ଭିତରେ ଇଂରାଜୀ ଶିକ୍ଷିବାର ଆବଶ୍ୟକତା ଏବଂ ଉତ୍ସୁକତା ବଢିଛି । ଆମ ସମାଜରେ ବିଶିଷ୍ଟ ବ୍ୟକ୍ତି ବା ୮୦% ସଫଳ ଓଡିଆ ଏବେ ଓଡିଶା ମାଟିରୁ ଦୁରେଇ ଯାଉଛନ୍ତି ଏବଂ ବାହାରେ ରହୁଛନ୍ତି । କଣ କଲେ ସେମାନଙ୍କ ସହ ଓଡିଶା ଏବଂ ଓଡିଆ ଭାଷା ଯୋଡି ହୋଇ ରହିପାରିବ ସେ କଥା ଚିନ୍ତା କରିବାର ସମୟ ଆସିଯାଇଛି । ଯଦି ଓଡିଆ ଭାଷାକୁ ଆମେ ଚାକିରି ବା ରୋଜଗାରର ଭାଷା କରିପାରନ୍ତେ ଓ ଏନେଇ କଡାକଡି ନିୟମ ଆଣିପାରନ୍ତେ । ତେବେ ଆମ ଓଡିଆ ଭାଷା ଶିକ୍ଷିବାରେ ସମସ୍ତେ ବାଧ୍ୟ ହୁଅନ୍ତେ ଏବଂ ଓଡିଆ ଭାଷାର ସୁରକ୍ଷା ହୋଇପାରନ୍ତା ବୋଲି କହିଛନ୍ତି ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ।
ଏହି କାର୍ଯ୍ୟକ୍ରମରେ ସମ୍ମନେିତ ଅତିଥିଭାବେ ଯୋଗଦେଇଥିଲେ ବିଶିଷ୍ଟ ତଥା ଚିନ୍ତକ ହରପ୍ରସାଦ ଦାସ,ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ,ପୁସ୍ତକ ପରଚୟର ଅରବିନ୍ଦ ରାୟ ପ୍ରମୁଖ ଯୋଗ ଦେଇ ଓଡିଆ ଭାଷାର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ ।ହରପ୍ରସାଦ ଦାସ କହିଥିଲେ ଯେ ଓଡିଆ ଭାଷାର ସୁରକ୍ଷା ପାଇଁ କୌଣସି ଆଇନର ଆବଶ୍ୟକତା ନାହିଁ,କେବଳ ଓଡିଆ ମାନେ ଓଡିଆ ହେବାର ଆବଶ୍ୟକତା ରହିଛି । ଏ ପର୍ଯ୍ୟନ୍ତ ଆମେ ଓଡିଆ ହୋଇପାରିନେ । ଏହାର ପ୍ରମାଣ ଆମେ ପ୍ରବାସକୁ ଗଲେ ହୁଏତେ ଜାଣି ପାରିବା । କୋଲକତା,ସୁରତ,ଦିଲ୍ଲୀ,ତେଳେଙ୍ଗାନା ଯାଆନ୍ତୁ ଦେଖିବେ ଓଡିଆମାନେ ଓଡିଆରେ କଥା ହେଉନଥିବେ ଏପରି ହେଲେ କିପରି ଆମ ଓଡିଆ ଭାଷା ବଞ୍ଚିବ ବୋଲି କହିଛନ୍ତି ବିଶିଷ୍ଟ କବି ତଥା ଚିନ୍ତକ ହରପ୍ରସାଦ ଦାସ ।
ଓଡିଆ ଭାଷାକୁ ନେଇ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଜୋ ମଧ୍ୟ ନିଜର ମତ ରଖିଥିଲେ, କହିଥିଲେ ଓଡିଆ ଭାଷିା ସୁରକ୍ଷା ପାଇଁ ଆଇନ ଅଛି ଏବଂ ଆଗକୁ ମଧ୍ୟ କଡା ଆଇନ ଆସିବା ଆବଶ୍ୟକ । ଓଡିଶାରେ ରହି ଯଦି ଆମେ ଓଡିଆ ଭାଷା କହିବା ନାହିଁ ତେବେ ଆଇନ ପ୍ରଣୟନ କରି ଏହାକୁ ଆମେ ବାଧ୍ୟତାମୂଳକ ଭାବେ କାର୍ଯ୍ୟକାରୀ କରାଇବା ଉଚିତ । ଯଦି ରାଷ୍ଟ୍ର ଆଇନକୁ କାର୍ଯ୍ୟକାରୀ କଳାନାହିଁ ତେବେ ଦୋଷୀ ଆଇନର ନୁହେଁ ବୋଲି ଶ୍ରୀଯୁକ୍ତ କାନୁନଗୋ କହିଛନ୍ତି ।
ଏନେଇ ପୁସ୍ତକ ପରିଚୟର ସମୀକ୍ଷା କରି କଥାକାର ଅରବିନ୍ଦ ରାୟ କହିଥିଲେ ପୁସକ୍କଓିର ସମସ୍ତ ଗଳ୍ପ ଜୀବନ ଓ ଓ ଜୀବନ ଅଭିଜ୍ଞତାରେ ପରିପୂର୍ଣ୍ଣ । ଗଳ୍ପଗୁଡିକ ଛୋଟ ଓ ସୁଖପାଠ୍ୟ । ଏଥିରେ ବର୍ଣ୍ଣିତ ଛୋଟ ଛୋଟ ଚରିତ୍ର ସବୁରେ ପାଠକ ନିହାତି ହଜିବ ଓ ମଜିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଗାଳ୍ପିକ ଶ୍ରୀ ପଟ୍ଟନାୟକ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଶନ୍ନୁ ଦାଶ ଏହି ସଭାରେ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking