27.1 C
Bhubaneswar
Thursday, January 23, 2025
Homeଅପରାଧବିପୁଳ ପରିମାଣର ନକଲି ଗୁଟ୍‌ଖା ଜବତ, ୫ ଗିରଫ

ବିପୁଳ ପରିମାଣର ନକଲି ଗୁଟ୍‌ଖା ଜବତ, ୫ ଗିରଫ

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ପାଣିଗ୍ରାହୀ ପେଣ୍ଠରେ ଥିବା ଏକ ନକଲି ଗୁଟଖା କାରଖାନାରେ ପୁଲିସ ଠାବ କରିଛି । ଏହି ଘଟଣାରେ ପୁଲିସ ଜେନା ସାହିର ରାମ ଚନ୍ଦ୍ର ଦାସ ଓ ଗେଟ୍‌ବଜାର ଅଞ୍ଚଳ ବାରିଆବିଲ ସାହିର ଅଟୋ ଡ୍ରାଇଭରର ସୁରଜ କୁମାର ବେହେରାଙ୍କୁ ଗିରଫ କରିଛି । ତାଙ୍କ ନିକଟରୁ ପୁଲିସ ବିପୁଳ ପରିମାଣର ନକଲି ଗୁଟ୍‌ଖା ଓ ପ୍ରସ୍ତୁତି ସାମଗ୍ରୀ ସମେତ ଇତ୍ୟାଦି ଜବତ କରିଛି । ଗୁଟଖା ଚୋରା ଚାଲାଣରେ ବ୍ୟବହାର କରାଯାଇଥିବା ଏକ ଅଟୋ ରିକ୍ସାକୁ ପୁଲିସ ଜବତ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି । ସୂଚନାଯୋଗ୍ୟ ଯେ ଗତକାଲି ରାତିରେ ଦିଗପହଣ୍ଡି ଥାନ ପୁଲିସ ଭୂଷଣ୍ଢପୁର ଗ୍ରାମର ଏକ ଘରେ ଥିବା ନକଲି ଗୁଟ୍‌ଖା କାରଖାନା ଉପରେ ଠାବ କରିଥିଲା ।

ଏହି ଘଟଣାରେ ସଂପୃକ୍ତ ଥିବା ଲଙ୍ଗଳଦେଇ ଗ୍ରାମର ମନୋଜ ସାହୁ, ରବିନ୍ଦ୍ର ଗୌଡ଼ ଓ ଭୂଷଣ୍ଢପୁର ଗ୍ରାର କାଳିଆ ଦୋରାଙ୍କୁ ଗିରଫ କରିଥିଲା । ସେମାନଙ୍କ ଠାରୁ ବିପୁଳ ପରିମାଣର ନକଲି ଗୁଟଖା ଜବତ କରି ପଚରା ଉଚରା କରିଥିଲା । ବଡ଼ ବଜାର ଥାନା ଅନ୍ତର୍ଗତ ଜେନା ସାହିର ରାମ ଚନ୍ଦ୍ର ଦାସଙ୍କ ସଂପୃକ୍ତ ରହିଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା । ଏ ନେଇ ଦିଗପହଣ୍ଡି ଥାନା ପୁଲିସ ବଡ଼ ବଜାର ପୁଲିସକୁ ଖବର ଦେଇଥିଲେ । ଏହାକୁ ଆଧାର କରି ବଡ଼ ବଜାର ପୁଲିସ ରାମଚନ୍ଦ୍ରଙ୍କ ଜେନା ସାହି ସ୍ଥତ ଘରେ ଚଢ଼ଉ କରି ରାମଚନ୍ଦ୍ରଙ୍କୁ କାବୁ କରିଥିଲା । ସେଠାରୁ ପୁଲିସ ୨୨୫ କେଜି ଓଜନ ୯ ବସ୍ତା ଗୁଟଖା ଜବତ କରିଥିଲା । ପରେ ତାଙ୍କୁ ଜେରା ବେଳେ ତାଙ୍କର ପାଣିଗ୍ରାହୀ ପେଣ୍ଠରେ ଏକ ନକଲି ଗୁଟ୍‌ଖା କାରଖାନା ଥିବା ରାମଚନ୍ଦ୍ର ପୁଲିସକୁ କହିଥିଲେ ।

ଏହାକୁ ଆଧାର କରି ପୁଲିସ ପାଣିଗ୍ରାହୀ ପେଣ୍ଠସାହିରେ ଥିବା ଉକ୍ତ ନକଲି ଗୁଟ୍‌ଖା କାରଖାନାରେ ଚଢ଼ଉ କରିଥିଲା । ସେଠାରୁ ପୁଲିସ ଧନିଆ ୧୭ ବସ୍ତା, ପାନମହୁରୀ ୧୯ ବସ୍ତା, ଭଜା ଗୁଆ ୨୫ ବସ୍ତା, ଏସେନ୍ସ ୧ ଲିଟର ସମେତ ଗୁଟଖା ପ୍ରସ୍ତୁତ ହୋଉଥିବା ବିଭିନ୍ନ ମେସିନ ଜବତ କରିଥିଲେ । ଗୁଟଖା ଚୋରା ଚାଲାଣରେ ବ୍ୟବହାର କରାଯାଇଥିବା ଏକ ଅଟୋ ରିକ୍ସା(ଓଆର୍‌୦୭ଏସ୍‌-୦୮୨୨)କୁ ପୁଲିସ ଜବତ କରିଛି । ଜବତ ନକଲି ଗୁଟୁଖାର ଅନୁମାନ ମୂଲ୍ୟ ୭ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି । ଏହି ଘଟଣାରେ ପୁଲିସ ଉପରୋକ୍ତ ଦୁଇ ଜଣଙ୍କୁ ଗିରଫ କରି ଘଟଣା ସମ୍ପର୍କରେ ପଚରାଉଚରା କରୁଥିବା ପୁଲିସ କହିଛି । ଏହି ଘଟଣାରେ ପୁଲିସ କେସ ନଂ ୨୪୬/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ପୂର୍ବରୁ ରାମଚନ୍ଦ୍ର ନକଲି ଗୁଟ୍‌ଖା ବିକ୍ରି କରି ମାଲାରେ ଗିରଫ ହୋଇଥିବା ପୁଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking