28.1 C
Bhubaneswar
Thursday, September 19, 2024
Homeଓଡିଶାଡିଏନ୍‌ରେ ଆଇଟି ଚଢାଉ; ୯୦ କୋଟି ଟିକସ୍ ଟିକସ ଫାଙ୍କିବା ସୂଚନା!

ଡିଏନ୍‌ରେ ଆଇଟି ଚଢାଉ; ୯୦ କୋଟି ଟିକସ୍ ଟିକସ ଫାଙ୍କିବା ସୂଚନା!

ଭୁବନେଶ୍ୱର: ଡିଏନ୍ ଗ୍ରୁପ୍ ଉପରେ ଆଇଟି ଚଢାଉ ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ବିଭିନ୍ନ ବ୍ୟବସାୟ ସହ ଜଡ଼ିତ ଥିବା ସଂସ୍ଥା ଡିଏନ୍ ଗ୍ରୁପ୍ ପ୍ରାୟ ୯୦କୋଟି ଟଙ୍କା ଟିକସ ଫାଙ୍କିଥିବା ନେଇ ଆଇଟି ବିଭାଗର ବିଶ୍ୱସ୍ଥ ସୂତ୍ରରୁ ଖବର ମିଳିଛି । ତେବେ ୨୧୦ କୋଟି ଟଙ୍କା ଅର୍ଥ ରାଶି ଉପରେ ଏହି ଟିକସ ଫଙ୍କା ଯାଇଥିବା ଜଣାପଡିଛି । ସବୁଠାରୁ ବଡ଼ କଥା ହେଉଛି ଏହା ଓଡିଶା ଇତିହାସରେ ସବୁଠାରୁ ବଡ଼ ରେଡ଼୍ ବୋଲି କୁହାଯାଉଛି । ଯେଉଁଥିରେ ବିପୁଳ ମାତ୍ରାରେ ଟଙ୍କା ଆଇଟି ବିଭାଗ ଜବତ କରିଛି । ଫଙ୍କାଯାଇଥିବା ଟିକସ ଟଙ୍କା ହୋଟେଲ ଏବଂ ମଲ୍ ବ୍ୟବସାୟରେ ବିନିଯୋଗ ହୋଇଥିବା ନେଇ ଜଣାପଡିଛି । ରେଡ଼୍ ବେଳେ ଆଇଟି ବିଭାଗ ହାତରେ ଲାଗିଥିଲା ଡିଏନ ଗ୍ରୁପ୍‌ର ବହୁ ଗୁୁରୁତ୍ୱପୂର୍ଣ୍ଣ ତଥ୍ୟ । ଯେଉଁ ଥିରେ ଡିଜିଟାଲ ଡାଟା, ହାତଲେଖା ଡାଏରୀ ଏବଂ ଗୁରୁତ୍ୱପଉର୍ଣ୍ଣ କାଗଜପତ୍ର ପ୍ରଭୃତି ରହିଥିଲା । ଏହାକୁ ଆଇଟି ବିଭାଗ ପରବର୍ତ୍ତି ସମୟରେ ତର୍ଜମା କରିଥିଲା । ଏଥିରୁ ଜଣାପଡିଛି ବେଆଇନ୍ ଭାବେ ଫଙ୍କା ଯାଇଥିବା ଟିକସର ପରିମାଣ ୯୦ କୋଟି ଟଙ୍କା । ବେଆଇନ୍ ଟଙ୍କାକୁ ଡିନ୍ ଗ୍ରୃପ୍ ବିଭିନ୍ନ ମଲ ଏବଂ ହେଟେଲ ପ୍ରୋଜେକଟରେ ବିନିଯୋଗ କରାଯାଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଗତ ୫ ତାରିଖରେ ଡିଏନ୍ ଗ୍ରୁପ ବିରୋଧରେ ଆୟକର ଫାଙ୍କି ଥିବା ନେଇ ଅଭିଯୋଗ ଆସିଥିଲା ସକାଳୁ ୭ଟି ଟିମ୍ ଭୁବନେଶ୍ୱର ନୂଆପଲ୍ଲୀସ୍ଥିତ ଅଫିସ, ଘର, କଟକ ସମେତ ୨୩ଟି ସ୍ଥାନରେ ଚଢ଼ଉ କରିଥିଲା । ୟୁନିଟ୍‌-୪ରେ ଥିବା ପୋଷ୍ଟାଲ କେଲାନିରେ ରହୁଥିବା ଡିଏନ୍ ଗ୍ରୁପ୍ କମର୍ଚ଼ାରୀ ଚନ୍ଦ୍ରେଶଖର ପଣ୍ଡାଙ୍କର ଘର ଖଟ ତେଳ ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରେ ଥିବା ଟଙ୍କା ଜବତ କରାଯାଇଥିଲା । ଏତେଗୁଡ଼ିଏ ଟଙ୍କା ମିଳିବା ପରେ ସାରା ରାଜ୍ୟରେ ଏହାକୁ ନେଇ ଆଲୋଚନା ଏବଂ ପର୍ଯ୍ୟାଲୋଚନା ସୃଷ୍ଟିହୋଇଛି । ୨୦୦୩ ମସିହାରେ ଡିଏନ୍ ଗ୍ରୁପ୍ ଅଫ୍ କମ୍ପାନୀ ଆରମ୍ଭ ହୋଇଥିଲା । ବିଲ୍ଡର୍ସ ଓ କନଷ୍ଟ୍ରକ୍‌ସନ୍ ସଂସ୍ଥାରୁ ଆରମ୍ଭ ହୋଇଥିବା କମ୍ପାନୀର ଏକାଧିକ ସଂସ୍ଥା ରହିଛି । ଏପରିକି ଏକ ଶିକ୍ଷାନୁଷ୍ଠାନ ମଧ୍ୟ ରହିଛି ।

ସେହିପରି ତଦନ୍ତକାରୀ ଟିମ୍ ହାତରେ ୨୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଓ ଲକର୍ ଲାଗିଥିଲା । ଏହା ପରେ ଗତ ୮ ତାରିଖରେ ଡିଏନ୍ ଗ୍ରୁପ୍‌ର ମାଲିକ ଜଗଗଦୀଶ ପ୍ରଶାଦ ନାୟକଙ୍କୁ ଆଇଟିର ଅଧିକାରୀମାନେ ତାଙ୍କ ଆଇଆରସି ଭିଲେଜ ସ୍ଥିତ କାର୍ଯ୍ୟାଳୟରେ ମାରାଥନ ଜେରା କରିଥିଲେ । ଜଗଦୀଶ ନାୟକ ପ୍ରାୟ ୮ ଘଣ୍ଟା ଧରି ଜେରାର ସମ୍ମୁଖିନ ହୋଇଛନ୍ତି । ଆଇଟି ନୋଟିସ ଅନୁଯାୟୀ ଜଗଦୀଶ ଅପରାହ୍ନରେ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତାଙ୍କୁ ଆଇଟି ଅଧିକାରୀଙ୍କ ପକ୍ଷରୁ ଏକାଧିକ ପ୍ରଶ୍ନ ପଚରାଯାଇଥିଲା । ପରେ ସଂସ୍ଥାର ଲିଗାଲ ଅଫିସର ଚନ୍ଦ୍ରଶେଖର ପଣ୍ଡାଙ୍କୁ ଜେରା ପାଇଁ ଡ଼କାଯାଇଥିଲା । ଦୁହିଁଙ୍କୁ ମୁହଁମୁହିଁ ଜେରା କରାଯାଇଥିଲା । ଅନ୍ୟ ପକ୍ଷରେ ତ୍ରିଶୁଳିଆ ସ୍ଥିତ ବିଲଡ଼ର ସଂସ୍ଥା ଟୁଇନ୍ ସିଟି ଟାୱାର ଅଣ ପଞ୍ଚିକୃତ କୋଟିଏ କୋଟି ଟଙ୍କାର କ୍ୟାସ ରିସିପ୍ଟ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking