18.1 C
Bhubaneswar
Thursday, January 9, 2025
Homeଓଡିଶାଗ୍ରାମାଞ୍ଚଳର ବିକାଶ ବିଜେପି ସହ୍ୟ କରିପାରୁନାହିଁ: ବିଜେଡି

ଗ୍ରାମାଞ୍ଚଳର ବିକାଶ ବିଜେପି ସହ୍ୟ କରିପାରୁନାହିଁ: ବିଜେଡି

  ବିଜେପି କେବେ ବି ଓଡ଼ିଶାର ବିକାଶ ପାଇଁ ଚିନ୍ତା କରିନାହିଁ
 ସମୀର ମହାନ୍ତି ସ୍ମାର୍ଟ ଫୋନ ଭଲ ଭାବେ ଧରି ଶିଖିନାହାନ୍ତି
 ଆର୍ଟିଫିସିଆଲ ଇେଌକ୍ଷଗ୍ଧ;ଲିଜେନ୍ସ ଉପରେ ସମୀର ମହାନ୍ତି କହିବା ହାସ୍ୟାସ୍ପଦ
ଭୁବନେଶ୍ୱର : ଯେତେବେଳେ ରାଜ୍ୟ ସରକାର ଓଡ଼ିଶାର ଗ୍ରାମାଞ୍ଚଳରେ ଥିବା ପ୍ରତ୍ୟେକ ପଞ୍ଚାୟତର ରୂପାନ୍ତୀକରଣ, ଡିଜିଟାଲ ଭିତ୍ତିଭୂମିର ବିକାଶ ଏବଂ ସର୍ବୋପରି ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟର ସଂସ୍ଥାପନା ଲାଗି ଐତିହାସିକ ପଦକ୍ଷେପ ନେଉଛନ୍ତି ଓଡ଼ିଶା ବିଜେପି ଏଥିରେ ବି ରାଜନୀତି କରିବାକୁ ଅପଚେଷ୍ଟା କରୁଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡ. ଲେନିନ୍ ମହାନ୍ତି ।
ଆଜି ଏଠାରେ ଶ୍ରୀ ମହାନ୍ତି ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଆମେ ଆଗରୁ ବି କହିଛୁ ଓଡ଼ିଶା ବିଜେପିର କାର୍ଯ୍ୟକଳାପ ସଦାବେଳେ ଓଡ଼ିଶା ବିରୋଧୀ । ଓଡ଼ିଶା ବିଜେପି ନେତାମାନେ କେବେବି ଓଡ଼ିଶାର ବିକାଶ ଚାହାନ୍ତି ନାହିଁ । ଓଡ଼ିଶାର ପ୍ରତିଟି ଗାଁ ଗଣ୍ଡାରେ ଓଡ଼ିଆ ସଂସ୍କୃତି ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ହେଉ ବୋଲି ଇଚ୍ଛା କରନ୍ତି ନାହିଁ । ଓଡ଼ିଶାବାସୀ ଏସବୁ ଦେଖୁଛନ୍ତି । ତେଣୁ ସେମାନଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି ।
ସମୀର ବାବୁଙ୍କ ମୁହଁରୁ ଆର୍ଟିଫିସିଆଲ ଇେଌକ୍ଷଗ୍ଧ;ଲିଜେନ୍ସ କଥା ଶୁଣି ଆମେ ଆମୋଦିତ ହେଲୁ । ଆମ ଜାଣିବାରେ ତାଙ୍କୁ ସ୍ମାର୍ଟ ଫୋନ୍ ମଧ୍ୟ ଭଲ ଭାବରେ ବ୍ୟବହାର କରିବା ଜଣା ନାହିଁ । ତାଙ୍କୁ ଯେଉଁ କାଗଜ ଧରାଇ ଦିଆଯାଇଛି, ସେ କେବଳ ତାହା ପଢ଼ି ଦେଇଛନ୍ତି ।
ତାଙ୍କ ଦଳର ଯେଉଁ ବୁଦ୍ଧିଆ ନେତାମାନେ ସମୀର ବାବୁଙ୍କୁ ଏହି ଆର୍ଟିଫିସିଆଲ ଇେଌକ୍ଷଗ୍ଧ;ଲିଜେନ୍ସ କଥା କାଗଜ ଖଣ୍ଡକରେ ଲେଖି କହିବାକୁ ଦେଇଛନ୍ତି, ସେମାନେ ଏହାର ସିବିଆଇ ତଦନ୍ତ କରୁନାହାନ୍ତି କାହିଁକି ବୋଲି କହିଛନ୍ତି ଶ୍ରୀ ମହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking