22.1 C
Bhubaneswar
Friday, January 24, 2025
Homeଦେଶ ବିଦେଶପୁଅକୁ ଯୌନଦାସ କରି ରଖିଥିଲା ମା’!

ପୁଅକୁ ଯୌନଦାସ କରି ରଖିଥିଲା ମା’!

ୱାସିଂଟନ: ଆମେରିକାର ଟେକ୍ସାସର ରୁଡି ଫରିଆସ୍ ନାମକ ଜଣେ ୧୭ ବର୍ଷର କିଶୋର ୨୦୧୫ ମସିହାରେ ନିଖୋଜ ହୋଇଥିବା ନେଇ ତା’ ମା’ ପୁଲିସରେ ଅଭିଯୋଗ କରିଥି?ଲା । କିନ୍ତୁ ପ୍ରକୃତରେ ସେ ନିଖୋଜ ହୋଇ ନଥିଲା । ବରଂ ନିଜ ମା’ ଜେନି ସାଣ୍ଟାନା ତାକୁ ଯୌନଦାସ କରି ୮ ବର୍ଷ ଧରି ଗୃହବନ୍ଦୀ କରି ରଖିଥିଲା । ଜେନି ପୁଅକୁ ବାପାଙ୍କ ଖେଳ ଖେଳିବାକୁ କହୁଥିଲା ବୋଲି ସାମାଜିକ କର୍ମୀ କ୍ୱାନେଲ ଏକ୍ସ ଦାବି କରିଛନ୍ତି । ଉତ୍ତରପୂର୍ବ ହ୍ୟୁଷ୍ଟନରେ ନିଜ ଘର ନିକଟରେ ଦୁଇଟି କୁକୁରଙ୍କୁ ନେଇ ବାହାରକୁ ଯାଇଥିବାବେଳେ ରୁଡି ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା ।

ପରବର୍ତ୍ତୀ ପର୍ଯ୍ୟାୟରେ କୁକୁର ଦ୍ୱୟ ମିଳିଥିଲେ ମଧ୍ୟ ରୁଡିର ପତ୍ତା ମିଳି ନଥିଲା । କିନ୍ତୁ ଗତ ଗୁରୁବାର ରୁଡି ଏକ ଚର୍ଚ୍ଚ ବାହାରେ ମିଳିବା ପରେ ଏହି ଘଟଣା ନାଟକୀୟ ମୋଡ଼ ନେଇଛି । ପୁଲିସରେ କିଛି କହିଲେ ଅସୁବିଧାରେ ପଡ଼ିବୁ ବୋଲି ମା’ ପୁଅକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ହ୍ୟୁଷ୍ଟନ ପୁଲିସ ବିଭାଗର ନିଖୋଜ ବ୍ୟକ୍ତି ଶାଖା ପକ୍ଷରୁ ଗତ ବୁଧବାର ଉଭୟ ମା’ ଓ ପୁଅକୁ ପଚରାଉଚରା କରାଯାଇଛି । ସେଠାରେ ସାମାଜିକ କର୍ମୀ କ୍ୱାନେଲ ଏକ୍ସ ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking