16.1 C
Bhubaneswar
Tuesday, January 7, 2025
Homeଦେଶ ବିଦେଶଚୀନ୍‌କୁ ଉଚିତ୍ ଶିକ୍ଷା ଦେବାକୁ ପ୍ରସ୍ତୁତ ହେଉଛି ଆମେରିକା

ଚୀନ୍‌କୁ ଉଚିତ୍ ଶିକ୍ଷା ଦେବାକୁ ପ୍ରସ୍ତୁତ ହେଉଛି ଆମେରିକା

ନୂଆଦିଲ୍ଲୀ: ଚୀନ୍‌କୁ ଉଚିତ୍ ଶିକ୍ଷା ଦେବାକୁ ପ୍ରସ୍ତୁତ ହେଉଛି ଆମେରିକା । ତାଇୱାନ ଏବଂ ପଡୋଶୀ ଦେଶମାନଙ୍କ ସହିତ ବିବାଦ ଏବଂ ବିସ୍ତାରବାଦୀ ନୀତି ପାଇଁ ଏବେ ଚୀନ୍ ବିଶ୍ୱ ସ୍ତରରେ ନିନ୍ଦିତ ହେଉଛି । ତେବେ ଚୀନ୍ ବିରୋଧରେ ଲଢିବା ପାଇଁ ଆମେରିକା କେବଳ ତାଇୱାନକୁ ଅସ୍ତ୍ର ଦେଉନାହିଁ ବରଂ ଫିଲିପାଇନ୍ସରେ ଏକ ନୂତନ ସାମରିକ ବେସ ନିର୍ମାଣ କରୁଛି । ଏହା ବ୍ୟତୀତ ଦକ୍ଷିଣ ଚୀନ୍ ସାଗରରେ ଚୀନ୍ର ଗତିବିଧିକୁ ବନ୍ଦ କରିବା ପାଇଁ ଭାରତ ସହ ଦୃଢ ବୁଝାମଣା ପାଇଁ ଇଚ୍ଛା ପ୍ରକାଶ କରିଛି ଆମେରିକା । ନିକଟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଚୀନ୍ ଗସ୍ତ କରିଥିଲେ । ତଥାପି ଦୁଇ ଦେଶ ମଧ୍ୟରେ ତିକ୍ତତା ଅକ୍ଷୁର୍ଣ୍ଣ ରହିଛି । ଏହାପୂର୍ବରୁ ଚୀନ୍ ଆମେରିକା ସହ ପ୍ରତ୍ୟକ୍ଷ ସାମରିକ କଥାବାର୍ତ୍ତା ପୁନଃସ୍ଥାପନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା । ବାସ୍ତବରେ ଆମେରିକା ଭାରତ ସହ ଦକ୍ଷିଣ ଚୀନ୍ ସାଗରରେ ସହଯୋଗ ବୃଦ୍ଧି କରିବାକୁ ଚାହୁଁଛି ।

ଆମେରିକାର ଜଣେ ବରିଷ୍ଠ କୂଟନୀତିଜ୍ଞ ବୁଧବାର ଏହି ସୂଚନା ଦେଇଛନ୍ତି । ବାସ୍ତବରେ ଦକ୍ଷିଣ ଚୀନ୍ ସାଗରରେ ଅନେକ ଦେଶ ସହିତ ଚୀନ୍ ସୀମା ବିବାଦ ରହିଛି । ତାଇୱାନ ଉପରେ ମଧ୍ୟ ଚୀନ୍ ଦାବି କରିଛି । ହେଲେ ତାଇୱାନ ନିଜକୁ ଏକ ଅଲଗା ରାଷ୍ଟ୍ର ବୋଲି କହୁଛି । ସାମରିକ ଦୃଷ୍ଟିକୋଣରୁ ଦେଖିଲେ, ଦକ୍ଷିଣ ଚୀନ୍ ସାଗର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ସମୁଦ୍ରିକ ଜାହାଜ ମାଧ୍ୟମରେ ଏଠାରେ ୩ ଟ୍ରିଲିୟନ ଡଲାରର ବ୍ୟବସାୟ ହୋଇଥାଏ । ଚୀନ୍ କହିଛି ଯେ ଏହି ସମଗ୍ର ଅଞ୍ଚଳ ଉପରେ ଏହାର ଅଧିକାର ଅଛି । ଭାରତ ଏବଂ ଆମେରିକା ମଧ୍ୟରେ ବନ୍ଧୁତା କିଛଦିନ ହେବ ଗଭୀର ହୋଇଛି । ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଆମେରିକା ଗସ୍ତରେ ଯାଇଥିଲେ ।

ଏହି ସମୟ ମଧ୍ୟରେ ଆମେରିକା ଭାରତକୁ ଏହାର ନିକଟତମ ସହଯୋଗୀ ବୋଲି ବର୍ଣ୍ଣନା କରିଛି । ଅନ୍ତର୍ଜାତୀୟ ନିୟମ ଅନୁଯାୟୀ ସାମୁଦ୍ରିକ ଯାତାୟାତରେ ସମ୍ମୁଖୀନ ହେଉଥିବା ସମସ୍ୟାର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଜୋର ଦେଇଥିଲେ । ସେପଟେ ଦକ୍ଷିଣ ଚୀନ୍ ସାଗର ବିଷୟରେ ଚୀନ୍ କହିଛି ଯେ, ଏହା ସହ ଜଡିତ ବିବାଦ ଆଞ୍ଚଳିକ ସରକାରଙ୍କ ଦ୍ୱାରା ସମାଧାନ ହେବା ଉଚିତ୍ । ବାହ୍ୟ ଶକ୍ତି ଏଥିରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ । ଆମେରିକାର ଜଣେ ଅଧିକାରୀ ଡାନିଏଲ କ୍ରିଟେନବ୍ରିଙ୍କ ଅନୁଯାୟୀ, ଆମେରିକା ଜାଣିବାକୁ ପାଇଛି ଯେ ଡ୍ରାଗନ୍ ଦକ୍ଷିଣ ଚୀନ୍ ସାଗରରେ କ୍ରମାଗତ ଭାବରେ ନିଜର ପ୍ରାଧାନ୍ୟ ବଢାଉଛି । ଯେତେବେଳେ ତାଙ୍କୁ ଦକ୍ଷିଣ ଚୀନ୍ ସାଗରରେ ଭାରତର ସହଯୋଗ ଏବଂ ଭୂମିକା ରହିବ କି ବୋଲି ପ୍ରଶ୍ନ କରାଯାଇଥିଲା, ସେ ହଁ ଉତ୍ତର ଦେଇଛନ୍ତି । ଆମେରିକାର ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ କ୍ୱାଡର ସଦସ୍ୟ ଦେଶ (ଜାପାନ, ଆମେରିକା, ଅଷ୍ଟ୍ରେଲିଆ ଏବଂ ଭାରତ) ମଧ୍ୟ ସମର୍ଥନ ଆସିବ । ତାଇୱାନ ଉପରେ ଆକ୍ରମଣ କରିବାକୁ ଚୀନ୍ ଅନେକ ସମୟରେ ଧମକ ଦେଉଛି । କିନ୍ତୁ ଆମେରିକାରୁ ତାଙ୍କର ସୁରକ୍ଷା ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking