28.1 C
Bhubaneswar
Thursday, September 19, 2024
Homeଅପରାଧଅଜାତିରେ ପ୍ରେମ କରୁଥିବା ଝିଅ; ତଣ୍ଟିଚିପି ମାରିଦେଲା ବାପା....

ଅଜାତିରେ ପ୍ରେମ କରୁଥିବା ଝିଅ; ତଣ୍ଟିଚିପି ମାରିଦେଲା ବାପା….

ବେଙ୍ଗାଲୁରୁ: ଅନ୍ୟ ଜାତିର ଜଣେ ଯୁବକଙ୍କୁ ପ୍ରେମ କରୁଥିବାରୁ କର୍ଣ୍ଣାଟକର ଜଣେ ବ୍ୟକ୍ତି ନିଜ ୨୦ ବର୍ଷୀୟ ଝିଅର ତଣ୍ଟିଚିପି ହତ୍ୟା କରିବାରୁ ତା’ର ପ୍ରେମିକ ଚଳନ୍ତା ରେଳଗାଡ଼ି ଆଗକୁ ଡେଇଁ ପ୍ରାଣ ହରାଇଥିବା କଥା ପୁଲିସ କହିଛି । ସୂଚନା ଅନୁସାରେ, ପ୍ରେମ କରୁଥିବା ଅନ୍ୟ ଜାତିର ୨୪ ବର୍ଷିୟ ଯୁବକ ଗଙ୍ଗାଧରକୁ ବାହା ହେବା ପାଇଁ ଚାହୁଁଥିବାରୁ କୋଲାର ଗୋଲ୍‌ଡ୍ ଫିଲ୍‌ଡ୍‌ସ୍ (କେଜିଏଫ୍‌) ଅନ୍ତର୍ଗତ ବାଙ୍ଗରପେଟ୍ ନିବାସୀ କୃଷ୍ଣମୂର୍ତ୍ତି ଓ ତାଙ୍କ ଝିଅ କିର୍ତ୍ତୀ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା । ପୁଲିସ କହିଛି,ଗଙ୍ଗାଧରଙ୍କ ସହିତ ସମ୍ପର୍କ ତୁଟାଇବାକୁ ଗତକାଲି ସକାଳେ କୃଷ୍ଣମୂର୍ତ୍ତି ପୁଣି ଥରେ କୀର୍ତ୍ତିକୁ ବୁଝାଇ କହିବାରୁ ବାପ-ଝିଅ ମଧ୍ୟରେ ଝଗଡ଼ା ହୋଇଥିଲା ।

ଝଗଡ଼ା ପ୍ରବଳ ହେବାରୁ ରାଗରେ କୃଷ୍ଣମୂର୍ତ୍ତି କୀର୍ତ୍ତିର ତଣ୍ଟିଚିପି ମାରିପକାଇଲେ । ତା’ପରେ ଝିଅ ଆତ୍ମହତ୍ୟା କରିଛି ବୋଲି ଜଣାଇବା ଲାଗି ସେ ତା’ର ଶବକୁ ପଙ୍ଖାରେ ଫାଶୀ ଦେଲା ଭଳି ଝୁଲାଇ ଦେଇଥିଲେ । ସୂଚନା ପାଇବା ପରେ କୀର୍ତ୍ତିଙ୍କୁ ହତ୍ୟା କରାଯାଇଛି ବୋଲି ପୁଲିସର ସନ୍ଦେହ ହେବାରୁ କୃଷ୍ଣମୂର୍ତ୍ତିଙ୍କୁ ପଚରା ଉଚରା କରାଗଲା ଏବଂ ସେ ଅପରାଧ ସ୍ୱୀକାର କଲେ । ପୁଲିସ ଆହୁରି ମଧ୍ୟ କହିଛି ଯେ, ରାଜମିସ୍ତ୍ରୀ କାମ କରୁଥିବା ଗଙ୍ଗାଧର କୀର୍ତ୍ତିଙ୍କ ମୃତ୍ୟୁ ସମ୍ବାଦ ପାଇଁ ଅଧୈର୍ଯ୍ୟ ହୋଇପଡ଼ିଲେ । ନିକଟରେ ଥିବା ରେଳପଥ ଆଡ଼କୁ ଯାଇ ଗୋଟାଏ ଚଳନ୍ତା ଟ୍ରେନ୍ ଆଗକୁ ଡେଇଁପଡ଼ିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଲା । କୃଷ୍ଣମୂର୍ତ୍ତିଙ୍କୁ ଗରିଫ କରାଯାଇଥିବା କଥା ‘କେଜିଏଫ୍‌’ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ କେ. ଧରଣୀ ଦେବୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking