30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଗୀତ ଗାଉଥିବା ବେଳେ ଚାର୍ଜ ହୋଇଗଲା ମାଇକ୍ରୋଫୋନ୍‌; ଚାଲିଗଲା ଗାୟିକାଙ୍କ ଜୀବନ

ଗୀତ ଗାଉଥିବା ବେଳେ ଚାର୍ଜ ହୋଇଗଲା ମାଇକ୍ରୋଫୋନ୍‌; ଚାଲିଗଲା ଗାୟିକାଙ୍କ ଜୀବନ

ପାଟନା: ବିବାହ ଉତ୍ସବରେ ଗୀତ ଗାଉଥିଲେ ଗାୟିକା । ହେଲେ ହଠାତ୍ ସେ ଧରିଥିବା ମାଇକ୍ରୋଫୋନ୍‌ରେ କରେଣ୍ଟ ଚାର୍ଜ ହୋଇଯିବାରୁ ଘଟଣା ସ୍ଥଳରେ ଗାୟିକାଙ୍କର ମୃତ୍ୟୁ ହୋଇଛି । ବିହାର ବିହାରର ସମସ୍ତିପୁର ରୋସାଡ଼ା ଥାନା ମାବି ଗାଁରେ ଏଭଳି ଦୁର୍ଘଟଣା ଘଟିଛି । ବିବାହ ଉତ୍ସବରେ ଅନେକ ଲୋକ ଆସିଥିଲେ । ଗହଳି ଚହଳି ଲାଗିଥିଲା । ଉତ୍ସବ ଚାଲିଥିବା ବେଳେ ଗୀତ ଗାଇବାକୁ ମଞ୍ଚରେ ଚଢ଼ିଥିଲେ ଗାୟିକା ମୀନା ଦେବୀ । ମାଇକ୍ରୋଫୋନ୍ ଧରି ଗୀତ ଗାଇବା ବେଳେ ହଠାତ୍ ମାଇକ୍ରୋଫୋନ୍‌ରେ ବିଦ୍ୟୁତ୍ ଚାର୍ଜ ହୋଇଯାଇଥିଲା ।

ଆଉ ବିଦ୍ୟୁତ୍ ଆଘାତ ଲାଗି ଘଟଣା ସ୍ଥଳରେ ମୀନାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଉତ୍ସବରେ ଉପସ୍ଥିତ ଲୋକମାନେ ଭୟଭୀତ ହୋଇଯାଇଥିଲେ । ତୁରନ୍ତ ବିଦ୍ୟୁତ ସଂଯୋଗ କାଟି ଦେଇ ମୀନାଙ୍କ ହାତରୁ ମାଇକ୍ରୋଫୋନ୍ କାଢ଼ି ନିଆଯାଇଥିଲା । ହେଲେ ସତେବେଳଙ୍କୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଗୀତ ଗାଇଭା ବେଳେ ମାଇକ୍ରୋଫୋନ୍‌ରେ କରେଣ୍ଟ କେମିତି ଚାର୍ଜ ହେଲା? ବ୍ୟବସ୍ଥାରେ କେଉଁଠି ତ୍ରୁଟି ରହିଲା, କିଏ ଏହାପଛରେ ଦାୟୀ ସେ ନେଇ ତଦନ୍ତ ଜାରି ରଖିଛି ପୁଲିସ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking