24.5 C
Bhubaneswar
Thursday, January 16, 2025
Homeଦେଶ ବିଦେଶଏହି ମନ୍ଦିରକୁ ଭକ୍ତଙ୍କୁ ଯିବାକୁ ମନା; ଯେଉଁଠାରେ ପୂଜାରୀ ଆଖିରେ ଅନ୍ଧପୁଟୁଳି ବାନ୍ଧି କରିଥା’ନ୍ତି ପୂଜା

ଏହି ମନ୍ଦିରକୁ ଭକ୍ତଙ୍କୁ ଯିବାକୁ ମନା; ଯେଉଁଠାରେ ପୂଜାରୀ ଆଖିରେ ଅନ୍ଧପୁଟୁଳି ବାନ୍ଧି କରିଥା’ନ୍ତି ପୂଜା

ଉତ୍ତରାଖଣ୍ଡ : ଅଦ୍ଭୁତ ଓ ଆଶ୍ଚର୍ଯ୍ୟକର । ତଥାପି ସତ । ଉତ୍ତରାଖଣ୍ଡର ଦେବଭୂମିରେ ଅବସ୍ଥିତ ଏଭଳି ମନ୍ଦିର ଯେଉଁଠାକୁ ଯିବାକୁ ନା ଭକ୍ତଙ୍କୁ ଅନୁମତି ଅଛି, ନା କେବେ ଖୋଲେ ମନ୍ଦିରର ଦ୍ୱାର । ଏକ ଏଭଳି ହିନ୍ଦୁ ମନ୍ଦିର ଯାହା ବିଷୟରେ ଶୁଣିଲେ ଆପଣ ହତଚକିତ ହୋଇଯିବେ । ଯେଉଁଠାରେ ଶ୍ରଦ୍ଧାଳୁଙ୍କୁ ଯିବାକୁ ମନା । ତେବେ ମନ୍ଦିରରେ ଏଭଳି ନିୟମ କାହିଁକି ଲାଗୁ ହୋଇଛି ? ଏହା ପଛରେ କ’ଣ ରହିଛି କାରଣ ? ଆସନ୍ତୁ ଜାଣିବା…
ଉତ୍ତରାଖଣ୍ଡର ଏହି ମନ୍ଦିରରେ ଥିବା ବିଗ୍ରହଙ୍କୁ ଦର୍ଶନ କରିବାକୁ ଅନୁମତି ଦିଆଯାଏନାହିଁ । ଜାଣି ଆଶ୍ଚର୍ଯ୍ୟ ହେବେ, ଏଠାକାର ପୂଜାରୀ ମଧ୍ୟ ଆଖିରେ କପଡ଼ା ବାନ୍ଧି ପୂଜା କରନ୍ତି । ଏହି ମନ୍ଦିର ଉତ୍ତରାଖଣ୍ଡର ଚମେଲି ଜିଲ୍ଲାର ଦେବାଲ ବ୍ଲକ୍ର ବାଣ ଗାଁରେ ଅବସ୍ଥିତ ।

ଯାହାର ନାଁ ଲାଟୁ ମନ୍ଦିର । ଯେଉଁଠାରେ ଲାଟୁ ଦେବତାଙ୍କୁ ପୂଜା କରାଯାଏ । ସ୍ଥାନୀୟ ଅଞ୍ଚଳରେ ଲୋକ ଲାଟୁ ଦେବତାଙ୍କୁ ଉତ୍ତରାଖଣ୍ଡର ନନ୍ଦା ଦେବୀଙ୍କ ଧରମ ଭାଇ ବୋଲି ମାନନ୍ତି । ତେବେ ପୂଜାରୀମାନେ କାହିଁକି ଆଖିରେ କପଡ଼ା ବାନ୍ଧି ପୂଜା କରନ୍ତି? ବିଶ୍ୱାସ କରାଯାଏ ଯେ, ନାଗଦେବତା ନିଜ ମଣି ସହ ଏହି ମନ୍ଦିରରେ ଅବସ୍ଥାନ କରିଛନ୍ତି । ଏହି ମଣିର ଆଲୋକ ଖୁବ୍ ଉଜ୍ଜ୍ୱଳ । କୌଣସି ବ୍ୟକ୍ତି ଏହାକୁ ଖାଲି ଆଖିରେ ଦେଖିଲେ ସେ ଅନ୍ଧ ହେବା ସୁନିଶ୍ଚିତ । ତେଣୁ ଏଠାରେ ପୂଜାରୀ ଆଖିରେ କପଡ଼ା ବାନ୍ଧି ପୂଜା କରନ୍ତି । ଉତ୍ତରାଖଣ୍ଡର ଏହି ଲାଟୁ ମନ୍ଦିର ଦ୍ୱାର କେବଳ ଗୋଟିଏ ଦିନ ହିଁ ଖୋଲିଥାଏ । ବୈଶାଖ ମାସ ପୂର୍ଣ୍ଣିମା ତିଥିରେ ଏହି ମନ୍ଦିର କବାଟ ଖୋଲାଯାଏ । ସମସ୍ତ ଶ୍ରଦ୍ଧାଳୁ ଏହିଦିନ ଦେବତାଙ୍କୁ ଦୂରରୁ ଦର୍ଶନ କରିଥାନ୍ତି । ଏହି ଦିନ ଲାଟୁ ମନ୍ଦିରରେ ବିଷ୍ଣୁ ଶହସ୍ରନାମ ଏବଂ ଭଗବତୀ ଚଣ୍ଡିକା ପାଠ କରାଯାଏ । ଅମାବାସ୍ୟା ଦିନ ମନ୍ଦିର କବାଟ ବନ୍ଦ ହୋଇଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking