35.1 C
Bhubaneswar
Saturday, May 31, 2025
Homeଦେଶ ବିଦେଶସର୍ଟ ସର୍କିଟରେ ଜଳିଗଲା ଦୋକାନ, ୧୫ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ନଷ୍ଟ

ସର୍ଟ ସର୍କିଟରେ ଜଳିଗଲା ଦୋକାନ, ୧୫ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ନଷ୍ଟ

ଖପ୍ରାଖୋଲ : ସର୍ଟ ସର୍କିଟରେ ଜଳିଗଲା ଦୋକାନ, ୧୫ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ନଷ୍ଟ। ଖପ୍ରାଖୋଲ ସଦର ମହକୁମାରେ ଏକ ଦୋକାନରେ ଅଗ୍ନିକାଣ୍ଡ ଘଟିଛି।
ଦୋକାନୀ ନୀଳ ଗଡତ୍ୟା ରଥଯାତ୍ରାକୁ ଦୃଷ୍ଟିରେ ରଖି ୧୫ ଲକ୍ଷ ଟଙ୍କାର ବିଭିନ୍ନ ସାମଗ୍ରୀ ବିକ୍ରୟ କରିବା ପାଇଁ ଗଚ୍ଛିତ କରି ରଖିଥିଲେ। ହେଲେ ମଙ୍ଗଳବାର ମଧ୍ୟରାତ୍ର ସମୟରେ ଦୋକାନ ଘରେ ନିଆଁ ଲାଗିଯାଇଥିଲା । ଫଳରେ ଦୋକାନରେ ଥିବା ବିଭିନ୍ନ ସାମଗ୍ରୀ ପୋଡିଯାଇଛି। ଅନ୍ୟ ପଟେ ଦୋକାନରେ ବିକ୍ରୟ ପାଇଁ ଥିବା ସାମଗ୍ରୀ ପୋଡ଼ି ଯିବାରୁ ଦୋକାନୀ ଜଣକ କିଭଳି ଭାବରେ ଧାରରେ ଆଣିଥିବା ସାମଗ୍ରୀ ଟଙ୍କା ପାଇଠ କରିବେ ବୋଲି ଚିନ୍ତାରେ ପଡ଼ିଛନ୍ତି। ଏନେଇ ପ୍ରଶାସନ ତରଫରୁ ଧ୍ୟାନ ଦେଇ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ସର୍ବସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking