ବର୍ଷା ଯେତେ ଜୋରରେ ହେଲେବି କେବେ ସାରୁ ପତ୍ରକୁ ଓଦା କରିପାରେ ନାହିଁ।ଅନ୍ୟକୁ ଇର୍ଷା କରୁଥିବା ଲୋକ କେବେବି ଆଗକୁ ଯାଇପାରେ ନାହିଁ।*
ସମ୍ପର୍କ ସ୍ରୁଷ୍ଟି ହୁଏ ସ୍ନେହରୁ, ଜୀବିତ ରହେ ବ୍ଯବହାରରେ,କିନ୍ତୁ ମଉଳି ଯାଏ ସନ୍ଦେହରେ, ଭାଙ୍ଗି ଯାଏ ଅହଂକାରରେ।*
ଦୁଇଟି ସମୟରେ ତୁମ ବ୍ୟକ୍ତିତ୍ୱର ପରିଚୟ ମିଳିଥାଏ।ଯେତେବେଳେ ତୁମ ପାଖରେ କିଛି ନଥିବ ସେତେବେଳେ ତୁମର
” ଧର୍ଯ୍ୟ ”
ଯେତେବେଳେ ତୁମ ପାଖରେ ସବୁକିଛି ଥିବ,ସେତେବେଳେ ତୁମର
ଅଦ୍ୟ ଜୁନ ମାସ ୧୮ ତାରିଖ ୨୦୨୩ ମସିହା(ରବିବାର)
ଶକାବ୍ଦ -୧୯୪୫
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୦
ସମ୍ବତ୍ସର-କପିଳ
ଆଷାଢ଼ମାସ-କୃଷ୍ଣପକ୍ଷ
ତିଥି- ଅମାବାସ୍ୟା ଦିବା ଘ୦୯/୫୨ ପର୍ୟ୍ୟନ୍ତ ତଦନ୍ତେ ପ୍ରତିପଦ
ନକ୍ଷତ୍ର- ମୂର୍ଗଶିରା ସନ୍ଧ୍ୟା ଘ୦୬/୩୫ ପର୍ୟ୍ୟନ୍ତ ତଦନ୍ତେ ଆର୍ଦ୍ରା
ଚନ୍ଦ୍ର- ମିଥୁନ
ଯୋଗ- ଗଣ୍ଡ
କରଣ – ନାଗ
ସୌରମାସ- ମିଥୁନ ୦୪ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୨୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୪୧
*✧═════•❁❀
ଯୋଗିନୀ ଐଶାନ୍ୟେ ଦିବା ଘ୦୯/୫୨ ପର୍ୟ୍ୟନ୍ତ ତଦନ୍ତେ ପୂର୍ବେ
କନ୍ୟା ରାଶିର ଘାତଚନ୍ଦ୍ର
ମେଷ ରାଶିର ଘାତବାର
ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା – ଘ୧୦/୦୯ ଗତେ ଘ୦୧/୨୮ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୬/୪୮ ଗତେ ଘ୦୯/୧୩ମଧ୍ୟେ ଓ ଘ୦୧/୨୯ଗତେ ଘ୦୨/୦୧ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୩/୩୬ ଗତେ ଘ୦୪/୨୫ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ଆମିଷ ଦିବା ଘ୦୯/୫୨ ଗତେ ପାଣି କଖାରୁ ଭକ୍ଷଣ ନିଷେଧ
═✧══•❁❀❁•═════
✧═════•❁❀❁•═════✧
ଆଜିର ରାଶିଫଳ*
✧═════•❁❀❁•═════✧
ମେଷ-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି ।
✧═════•❁❀❁•═════✧
ବୃଷ–ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ । ସାସଂରିକ ଜିବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ସ୍ତରରେ ଖୁସିରେ କାଟିବେ ।
✧═════•❁❀❁•═════✧
ମିଥୁନ-ଏହି ରାଶିର ଲୋକମାନେ ପାଇଁ ଆଜିିି ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ । ମହିଳା ଓ ଛାତ୍ରଛାତ୍ରୀମାନେ ଦିନଟି ଉତ୍ସାହରେ ଅତିବାହିତ କରିବେ ।
✧═════•❁❀❁•═════✧
କର୍କଟ–ଆଜିିର ଦିନଟି ସନ୍ତାନ ମାନଙ୍କୁ ନେଇ ଗର୍ବ ଅନୁଭବ କରିବେ, ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ । ନୂତନ ଯୋଜନାରେ ସଫଳ ହେବେ । ଆର୍ଥିକ ଉନ୍ନତି ବହୁ ପରିମାଣରେ ବୃଦ୍ଧି ପାଇବ । ମହିଳା ଓ ଛାତ୍ରୀମାନେ କୌଣସି ଦିଗରୁ ପୁରଷ୍କୃତ ହେବେ ।
✧═════•❁❀❁•═════✧
ସିଂହ– ଆଜିିର ଦିନଟି ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ଧନ ସଂଚୟ ପାଇଁ ଦିବସଟି ବେସ ଉତମ । ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ହୋଇପାରେ । ମହିଳ ଓ ଛାତ୍ରମାନେ କର୍ମ ନିପୂଣ ହେବେ ।
✧═════•❁❀❁•═════✧
କନ୍ୟା– ଆଜି ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ଋଣକରିବାର ର୍ଦୁଯୋଗ ରହିବ, ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ରାଜନୈତିକ କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ, ମହିଳା ଓ ଛାତ୍ରଛାତ୍ରୀମାନେ ବିସାଦରେ ଦିନଟି ଅତିବାହିତ କରିବେ ।
✧═════•❁❀❁•═════✧
ତୁଳl –ଆଜି କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦମାର ସମାଧାନ ହେବାର ସମ୍ଭାବନା ଷୃଷ୍ଟି ହେବ, ତଥାପି ରସାୟନ ସମ୍ବନ୍ଧିୟ ବ୍ୟବସାୟୀ ମାନେ ଶୁଭଫଳ ଅନୁଭବ କରିବେ ।
✧═════•❁❀❁•═════✧
ବିଛା–ଆଜି ଆଜିର ଦିନଟି ବିଳାସ ବେସନରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଆର୍ଥିକ ବୃଦ୍ଧି ହେବ । ପ୍ରସାଶନିକ ସେବା କ୍ଷେତ୍ରରେ କର୍ମରତ ମାନେ ଶୁଭଫଳ ଅଧିକ ପାଇବେ । ମହିଳାମାନେ ଓ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ସୁଖୀ ହେବେ ।
✧═════•❁❀❁•═════✧
ଧନୁ– ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି କାଟିବେ ।
✧═════•❁❀❁•═════✧
*ମକର
ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ଅଯଥା ବ୍ଯୟ ଯୋଗ ରହିଛି।*
✧═════•❁❀❁•═════✧
କୁମ୍ଭ–ଆଜି କର୍ମକ୍ଷେତ୍ରରେ ଲାଭ ବୃଦ୍ଧି ପରିଲିକ୍ଷିତ ହେବ । ବ୍ୟୟଠାରୁ ଆୟ ବଢିବ ତେଣୁ ମାନସିକ ତୃପ୍ତି ବଢିବ । ସନ୍ତାନ ମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହୋଇପାରେ । ମହିଳାମାନେ ପାରିବାରିକ ପରିବେଶରେ ନିଜକୁ ସ୍ଥିର କରିପାରିବେ ।
✧═════•❁❀❁•═════✧
ମୀନ–ଆଜି ଦେହ ମନ ଭଲ ରହିବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ । ମହିଳାମାନେ ନିଜକୁ ଗୃହ କାର୍ଯ୍ୟରେ ନିମଗ୍ନ cfରଖିବେ ଓ ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ ।