18.1 C
Bhubaneswar
Sunday, January 19, 2025
Homeଅପରାଧନୃଶଂସ; ମାଆକୁ ନିଦ ବଟିକା ଦେଇ ଜୀବନ ନେଲା ଝିଅ

ନୃଶଂସ; ମାଆକୁ ନିଦ ବଟିକା ଦେଇ ଜୀବନ ନେଲା ଝିଅ

ବେଙ୍ଗାଲୁରୁ: ନୃଶଂସ, ବର୍ବର, ଅମାନୁଷିକ । ଜନ୍ମଦାତ୍ରୀ ପ୍ରତି ନୃଶଂସ ପାଲଟିଗଲା ଜନ୍ମିତ ସନ୍ତାନ । ୧୦ ମାସ ୧୦ ଦିନ ଗର୍ଭରେ ରଖି ଜନ୍ମ ଦେଇଥିବା ଝିଅ ମାଆ ପ୍ରତି ପାଲଟିଗଲା ପାସାଣ । ଶାଶୁ ସହ ବଚସା ହେବାରୁ ମାଆକୁ ନିଦ ବଟିକା ଦେଇ ଜୀବନ ନେଲା ଝିଅ । ତଣ୍ଟି ଚିପି ହତ୍ୟା କରିବା ପରେ ସୁଟ୍େକସରେ ମୃତଦେହ ଧରି ପୋଲିସ ଷ୍ଟେସନରେ କଲା ଆତ୍ମ ସମର୍ପଣ । ଏଭଳି ହତ୍ୟାକାଣ୍ଡ ଘଟିଛି ବେଙ୍ଗାଲୁରୁରେ । ମୃତ ମହିଳା ହେଉଛନ୍ତି ୭୦ ବର୍ଷୀୟ ବିଭା ପାଲୁ । ତାଙ୍କ ଝିଅ ହେଉଛନ୍ତି ସେନାଲି । ସୂଚନା ଅନୁଯାୟୀ, ସେନାଲି ମାଷ୍ଟର ଅଫ୍ ଫିଜିଓଥେରାପି ପାଠ ପଢିଥିବା ବେଳେ ସେ ବିବାହିତ ଏବଂ ତାଙ୍କର ଏକ ପୁଅ ମଧ୍ୟ ରହିଛି । ଗତ ୬ବର୍ଷ ହେଲା କୋଲକାତାର ଏକ ମିକୋ ଲେଆଉଟର ଏକ ଆପାର୍ଟମେଣ୍ଟରେ ରହୁ ଆସୁଥିଲେ । ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ତାଙ୍କ ମାଆଙ୍କୁ ନିଜ ପାଖରେ ଆଣି ରଖିଥିଲେ । ସେନାଲିଙ୍କ ଶାଶୁ ଓ ତାଙ୍କ ମାଆ ଗୋଟିଏ ଘରେ ରହୁଥିବା ବେଳେ ଅନେକ ସମୟରେ ଉଭୟଙ୍କ ମଧ୍ୟରେ ବଚସା ଲାଗି ରୁହେ ।

ଏହାକୁ ନେଇ ସେନାଲି ସବୁଦିନ ଚିନ୍ତାରେ ରହୁଥିଲେ । ଶେଷରେ ନିଜ ମାଆକୁ ହତ୍ୟା କରିବାକୁ ନିଷ୍ପତ୍ତି ନେଲେ । ଗତକାଲି ସେନାଲି ତାଙ୍କ ମାଆଙ୍କୁ ରାତି ସମୟରେ ଏକ ନିଦ ବଟିକା ଖାଇବାକୁ ଦେଇଥିଲେ । ଏହାପରେ ବିଳମ୍ବିତ ରାତିରେ ତାଙ୍କ ମାଈଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା । ଏହି ସମୟରେ ସେ ତାଙ୍କ ଝିଅଙ୍କୁ ଡାକିଥିଲେ । କିନ୍ତୁ ସେନାଲ ମାଆଙ୍କୁ ଡାକ୍ତରଖାନାନ ନେବା ପରିବର୍ତ୍ତେ ତଣ୍ଟିଚିପି ହତ୍ୟା କରିଥିଲେ । ଏହାପରେ ନିଜ ବାପାଙ୍କ ଫଟୋ ସହ ମୃତଦେହକୁ ଏକ ସୁଟକେସରେ ଭର୍ତ୍ତି କରିଥିଲେ । ପରେ ଏକ କ୍ୟାବ୍ ବୁକ କରି ମୃତଦେହକୁ ଧରି ମିକୋ ଲେଆଉଟ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ସେ ମାଆଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ । ପୋଲିସ ମହିଳାଙ୍କ ମୁହଁରୁ ପୁରା ଘଟଣା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ । ଏହି ଘଟଣାରେ ମହିଳାଙ୍କ ଶାଶୁ ଓ ସ୍ୱାମୀଙ୍କୁ ମଧ୍ୟ ପଚରାଉଚରା କରାଯାଇପାରେ । ବଚସାକୁ ନେଇ ସେ ମାଆଙ୍କୁ ହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାର ତଦନ୍ତ କରିବ ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking