25.1 C
Bhubaneswar
Sunday, January 19, 2025
Homeଓଡିଶାଅନ୍ତର୍ଜାତୀୟ ଯୋଗ ଦିବସକୁ ସଫଳ କରିବା ନିମନ୍ତେ ଯୋଗ ପ୍ରସ୍ତୁତି ଶିବିର ଅନୁଷ୍ଠିତ

ଅନ୍ତର୍ଜାତୀୟ ଯୋଗ ଦିବସକୁ ସଫଳ କରିବା ନିମନ୍ତେ ଯୋଗ ପ୍ରସ୍ତୁତି ଶିବିର ଅନୁଷ୍ଠିତ

ଯାଜପୁର: ଯୋଗ ଓ ଧ୍ୟାନ ହିଁ ନିରୋଗ ରହିବା ର ପ୍ରମୁଖ ଆୟୁଧ। ଏହା ମନ ଓ ଶରୀର କୁ ସନ୍ତୁଳନ ରକ୍ଷା କରିବା ସହ ଜୀବନ କୁ ସହଜ ଓ ସରଳ କରାଇଥାଏ। ଏହାକୁ ଦୃଷ୍ଟରେ ରଖି ପ୍ରତିବର୍ଷ ଜୁନ ମାସ ୨୧ ତାରିଖ ଟି ବିଶ୍ଵ ଯୋଗ ଦିବସ ଭବେ ସାରା ଦେଶରେ ପାଳିତ ହୋଇଥାଏ। ବ୍ୟାସନଗର ରେ ଯୋଗ ର ପ୍ରଚାର ଓ ପ୍ରସାର ନିମନ୍ତେ ଆଜି ଚୋରଦା ଯୋଗ କେନ୍ଦ୍ର ପକ୍ଷରୁ ସକାଳ ପାଞ୍ଚ ଘଟିକା ସମୟରେ ଦୁର୍ଗା କଲୋନି ସ୍ତିତ ହରେକୃଷ୍ଣ ଭବନ (ତପୋବନ ରେ) ଅନ୍ତର୍ଜାତୀୟ ଯୋଗ ଦିବସ କୁ ସଫଳ କରିବା ନିମନ୍ତେ ଏକ ଯୋଗ ପ୍ରସ୍ତୁତି ଶିବିର ଅନୁଷ୍ଠିତ ହୋଇ ଯାଇଛି।

ଯୋଗ ଗୁରୁ ବଟକୃଷ୍ଣ ପ୍ରଧାନ ଙ୍କ ସଞ୍ଚାଳନ ରେ ଅନୁଷ୍ଟିତ ହୋଇଥିବା ଶିବିର କୁ ବିଶିଷ୍ଟ ସମାଜ ସେବୀ ବିଦ୍ୟାଧର ମହାନ୍ତି, ସମ୍ବାଦ ର ଜିଲ୍ଲା ପ୍ରତିନିଧି ସାମ୍ବାଦିକ ଶ୍ରୀଯୁକ୍ତ ସଂଗ୍ରାମ ସିଂ, ସମାଜ ର ବରିଷ୍ଟ ସାମ୍ୱାଦିକ ଶ୍ରୀଯୁକ୍ତ ଚିନ୍ତାମଣି ପାଢ଼ୀ , ସାମ୍ୱାଦିକ ଡ ଚିତ୍ତରଞ୍ଜନ ବେହେରା ଉଦ୍ଘାଟନ କରି ଯୋଗର ଗୁରୁତ୍ଵ ଓ ମହ ତ୍ୱ ର ବିଭିନ୍ନ ବିଷୟରେ ଉଲ୍ଲେଖ କରିବା ସହିତ ଯୋଗ ଦିବସ ର ସଫଳତା କାମନା କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ସର୍ଵଶ୍ରି ମହେଶ୍ୱର ପ୍ରଧାନ, କାମଳ ଲୋଚନ ସାହୁ, ବଟକୃଷ୍ଣ ନାୟକ, ରାଜେନ୍ଦ୍ର ପାଣିଗ୍ରାହୀ, ସାମ୍ୱାଦିକ ପ୍ରଦୁମ୍ନ ବୋଇତାଇ, ପବିତ୍ର ରଞ୍ଜନ ମହାନ୍ତି, ସନ୍ଧ୍ୟାରାଣୀ ଜେନା, ସୁସ୍ମିତା ମହାନ୍ତି, ଅଞ୍ଜଳି ସାହୁ, ବିନୋଦିନୀ ବଳ, ପ୍ରଲିପସା ତ୍ରୀପାଠୀ, ବନିତା ପରିଡ଼ା, ନିରୁପମା ଦାସ, ଗୀତାଞ୍ଜଳି ମହାନ୍ତି ପ୍ରମୁଖ ଶିବିରାର୍ଥି ଭବେ ଶିକ୍ଷ୍ୟା ଲାଭ କରିଥିଲେ। ଶେଷରେ ଆୟୋଜକ ବିବେକାନନ୍ଦ ମହାନ୍ତି ଅତିଥି ଓ ସିବିରାର୍ଥି ମାନଙ୍କୁ ଧନ୍ୟବାଦ ଦେଇଥିଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking