ଭୁବନେଶ୍ୱର : କାଳବୈଶାଖି ବର୍ଷା ଓ କୋହଲା ପାଗ ଯୋଗୁଁ ଉପକୂଳ ଥଣ୍ଡା । ଦିନ ସାଢେ ୧୧ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ମାତ୍ର ୩୩.୪ । ଗତକାଲିର ପ୍ରାୟେ ୧୦ ଡିଗ୍ରୀ କମିଗଲା ଭୁବନେଶ୍ୱର ତାପମାତ୍ରା । ପଶ୍ଚିମରେ ତାତି ସାମାନ୍ୟ କମିଥିଲେ ବି ଲାଗି ରହିଛି ଗ୍ରାଷ୍ମପ୍ରବାହ । ସାଢେ ୧୧ ସୁଦ୍ଧା ଝାରସୁଗୁଡା ସର୍ବାଧିକ ତାପମାତ୍ରା ୪୦.୪ । ହୀରାକୁଦ ୪୦.୨,ସମ୍ବଲପୁର ୩୯.୪,କେନ୍ଦୁଝର ୩୭.୬ ବୋଲି ଜଣାପଡିଛି ।