17.1 C
Bhubaneswar
Thursday, January 9, 2025
Homeଦେଶ ବିଦେଶଭୟଙ୍କର ହେବ କି ସାଇକ୍ଲୋନ୍ ବିପର୍ଯ୍ୟୟ ? ପ୍ରଧାନମନ୍ତ୍ରୀ ଡାକିଲେ ସମୀକ୍ଷା ବୈଠକ

ଭୟଙ୍କର ହେବ କି ସାଇକ୍ଲୋନ୍ ବିପର୍ଯ୍ୟୟ ? ପ୍ରଧାନମନ୍ତ୍ରୀ ଡାକିଲେ ସମୀକ୍ଷା ବୈଠକ

ନୂଆଦିଲ୍ଲୀ:ସାଇକ୍ଲୋନ୍ ‘ବିପର୍ଯ୍ୟୟ’ ସମ୍ବନ୍ଧିତ ସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଡକାଇଲେ ବୈଠକ । ଦ୍ୱିପହର ୧ଟା ସମୟରେ ଏହି ବୈଠକ ଅନୁଷ୍ଠିତ ହେବ । ସୂଚନା ମୁତାବକ, ବାତ୍ୟା ‘ବିପର୍ଯ୍ୟୟ’ ବଳ ଗୋଟାଇ ଗମ୍ଭୀର ରୂପ ଧାରଣ କରୁଛି । ଏହା ସୌରାଷ୍ଟ୍ର- କଚ୍ଛର ଉପକୂଳ ଦେଇ ଗତି କରିବ । ଏଥିପାଇଁ ଗୁଜୁରାଟର ସୌରାଷ୍ଟ୍ର ଓ କଛରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୪ ତାରିଖ ସକାଳେ ଦିଗ ବଦଳାଇ ଉତ୍ତର-ପୂର୍ବ ଦିଗରେ ଗତି କରି ଗୁଜରାଟ ଓ ପାକିସ୍ତାନ ଉପକୂଳମୁହାଁ ହେବ । ଆସନ୍ତା ୧୫ ତାରିଖରେ ଗୁଜରାଟର ମାଣ୍ଡବି ଓ ପାକିସ୍ତାନର କରାଚି ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି ।

ଏହାକୁ ଦୃଷ୍ଟିରେ ରଖି ଗୁଜୁରାଟର ଉତ୍ତରଓ ଦକ୍ଷିଣ ଉପକୂଳବର୍ତ୍ତୀ ଇଲାକାରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଆଲର୍ଟ କରାଯାଇଛି । ଦେବଭୂମି ଦ୍ୱାରକାରେ ମଧ୍ୟ ପାଖାପାଖି ୧୩୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଆଜି ଦ୍ୱିପହର ୧ଟା ସମୟରେ ଏକ ସମୀକ୍ଷା ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏଥିରେ ୧୦ଟି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯିବାର ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking