ମୋଗାଦିସୁ : ସୋମାଲିଆ ରାଜଧାନୀ ମୋଗାଦିସୁର ‘ପର୍ଲ ବିଚ୍’ ହୋଟେଲ୍ରେ ଆତଙ୍କୀ ସଂଗଠନ ଅଲ୍-ଶବାବ୍ ଆକ୍ରମଣରେ ୯ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହା ବ୍ୟତୀତ ୨୦ ଜଣ ଆହତ ହୋଇଛନ୍ତି । ସୁରକ୍ଷା ବଳ ହୋଟେଲ୍ରେ ୬ ଘଣ୍ଟାର ଅପରେସନ୍ ଚଳାଇ ସମସ୍ତ ଆତଙ୍କୀକୁ ନିପାତ କରିବା ସହିତ ସେଠାରୁ ୮୦ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଛି । ଏହି ଅବସରରେ ୩ ଜଣ ସୈନିକ ପ୍ରାଣ ହରାଇଛନ୍ତି ।
ଯେଉଁ ‘ପର୍ଲ ବିଚ୍’ ହୋଟେଲ୍ରେ ଆକ୍ରମଣ ହୋଇଛି ସେଠାକୁ ସରକାରୀ ଅଧିକାରୀଙ୍କ ଯାତାୟାତ ଲାଗି ରହିଥାଏ । ଅଲ୍-ଶବାବ୍ ଆତଙ୍କୀମାନେ ଶୁକ୍ରବାର ହୋଟେଲ୍କୁ କବ୍ଜା କରିଥିଲେ । ଆକ୍ରମଣ ପରେ ପର୍ଲ ବିଚ୍ ନିକଟ ସଡ଼କରେ ରକ୍ତର ଧାର ଦେଖିବାକୁ ମିଳିଥିଲା ଏବଂ ହୋଟେଲ୍ର ଝରକା କାଚ ଭାଙ୍ଗି ଯାଇଥିଲା । ଏହି ସମୟରେ ହୋଟେଲ୍ରେ ଉପସ୍ଥିତ ଲୋକମାନେ ଚିତ୍କାର କରିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।