ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ସହିତ ଜଡ଼ିତ ଏକ ମାମଲାରେ ଦିଲ୍ଲାର କଡ଼କଡ଼ଡ଼ୁମା କୋର୍ଟ ଜଣେ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି । ଦଙ୍ଗା ଉସୁକାଇବା ଏବଂ ଅବୈଧ ଭାବେ ଲୋକଙ୍କୁ ଜମା କରିବା ମାମଲାରେ କୋର୍ଟ ନୁର୍ ମହମ୍ମଦଙ୍କୁ ଖଲାସ କରିଛନ୍ତି । ଏହା ସହିତ କୋର୍ଟ ଦିଲ୍ଲୀ ପୁଲିସକୁ ଭର୍ତ୍ସନା ମଧ୍ୟ କରିଛନ୍ତି ।
କୋର୍ଟ କହିଛନ୍ତି, ଅଭିଯୁକ୍ତଙ୍କୁ କେବଳ ସନ୍ଦେହ କିମ୍ବା ଅନୁମାନ ଆଧାରରେ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ । କୋର୍ଟ ଆହୁରି କହିଛନ୍ତି, ସନ୍ଦେହ କେତେ ଗମ୍ଭୀର ହୋଇଥାଉ ନା କାହିଁକି ପ୍ରମାଣର ସ୍ଥାନ ନେଇପାରିବ ନାହିଁ, ସନ୍ଦେହର ପ୍ରତ୍ୟେକ ଲାଭ ଅଭିଯୁକ୍ତଙ୍କ ପକ୍ଷରେ ଯାଇଥାଏ ।