29.1 C
Bhubaneswar
Friday, October 18, 2024
Homeଓଡିଶାଟ୍ରେନ ବାତିଲ ଯୋଗୁ ଯାତ୍ରୀ ହନ୍ତସନ୍ତ

ଟ୍ରେନ ବାତିଲ ଯୋଗୁ ଯାତ୍ରୀ ହନ୍ତସନ୍ତ

ପୁରୀ: ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣମୀ । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ପୁରୀରେ । ତେବେ ବାଲେଶ୍ୱର ବାହାନଗା ନିକଟରେ ଗତକାଲି କରମଣ୍ଡଳ ଏକପ୍ରେସ ମର୍ମନ୍ତୁଦ ଦୁର୍ଘଟଣା ପରେ ବିଭିନ୍ନ ରୁଟରେ ଟ୍ରେନ ବାତିଲ ହୋଇଛି । ପୁରୀ ବସଷ୍ଟାଣ୍ଡରୁ ବଙ୍ଗୀୟ ପର୍ଯ୍ୟଟକ ଡବଲ ରେଟ ଦେଇ ସ୍ୱତନ୍ତ୍ର ବସ୍ କରି କୋଳକୋତା ଅଭିମୁଖେ ଯାଉଛନ୍ତି । ଏ ନେଇ ଆଟା ଆସୋସିଏସନ୍ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଅଭିଯୋଗ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଧେଶ ଦିଆଯାଇଥିଲା ।

ତେବେ ରେଳବାଇ ପୋଲିସ୍ ସହ ଜିଲ୍ଲା ପୋଲିସ ପ୍ରଶାସନ ସମନ୍ୱୟ ରକ୍ଷା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିବା ଏସପି ଡ଼. କେ ବିଶାଳ ସିଂ କହିଥିଲେ । ସେପଟେ ଦେବସ୍ନାନ ପୂର୍ଣ୍ଣମୀରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ କହିଥିଲେ । ଅନ୍ୟପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ରେଳ ଷ୍ଟେସନରେ ଟ୍ରେନ ବାତିଲ ଯୋଗୁଁ ଅପେକ୍ଷା କରିଥିବା ଯାତ୍ରୀଙ୍କୁ ଶୁଖିଲା ଖାଦ୍ୟ ଓ ପାଣି ବଣ୍ଟନ କରାଯାଇଥିଲା ।

ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପ ଜିଲ୍ଲାପାଳ ଭବ ତାରଣ ସାହୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗଦେଇ ଆରପିଏଫ୍ ଓ ଜିଆରପି ପୋଲିସ ସହାୟତାରେ ଶୁଖିଲା ଖାଦ୍ୟ ଓ ପାଣି ବଣ୍ଟନ କରିଥିଲେ । ସେପଟେ କୋଳକୋତ ଯିବାକୁ ବସ୍ ଭଡା ୭୦୦ ଟଙ୍କା ବଦଳରେ ୧୪୦୦ ରୁ ୧୫୦୦ ଟଙ୍କା ଦାବୀ କରୁଥିଲେ କିଛି ବସ । ଏ ନେଇ ଯାତ୍ରୀଙ୍କ ମଧ୍ୟରେ ଅଶାନ୍ତି ପ୍ରକାଶ ପାଇଥିଲା । କିନ୍ତୁ ଆଟା ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ଆରଟିଓଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଧେଶ ଦିଆଯାଇଥିଲା ।

ତେବେ ଟ୍ରେନ ଦୁର୍ଘଟଣା ଯୋଗୁଁ ଟ୍ରେନ ବାତିଲ ହୋଇଥିବାରୁ ଅଧିକାଂଶ ଯାତ୍ରୀ ଅନଲାଇନ ମାଧ୍ୟମରେ କୋଲକୋତା ଯିବା ପାଇଁ ଟିକେଟ କରିଥିଲେ । ଯାତ୍ରୀ ମାନେ ଅନଲାଇନ ମାଧ୍ୟମରେ ଟିକେଟ ପାଇଁ ୧୪୦୦ ରୁ ୪୦୦୦ ଟଙ୍କା ଦେଇଥିଲେ । ବସଷ୍ଟାଣ୍ଡ ଟିକେଟ କାଉଣ୍ଟରରେ କିଛି ବସ ନିର୍ଦ୍ଧାରିତ ରେଟ୍ ଠାରୁ ଅଧିକ ଭଡ଼ା ନେଇଥିଲେ । ଆରଟିଓ ହସ୍ତକ୍ଷେପ କରିବା ପରେ ବସ ଗୁଡ଼ିକ ନେଇଥିବା ଅଧିକ ଭଡ଼ା ଫେରାଇଥିଲେ । କିନ୍ତୁ ଯେଉଁ ବସ ଗୁଡ଼ିକ ଅଧିକ ଭଡା ନେଇଥିଲେ ସେମାନଙ୍କୁ ୧୦ ହଜାର ଟଙ୍କା ଫାଇନ ସହ ଗାଡ଼ିର କାଗଜପତ୍ର ଯାଞ୍ଚ କରାଯାଇଥିଲା । ତେବେ ଆଜି ରାତ୍ରିକାଳୀନ ବସ ଗୁଡିକରେ ଅଧିକାଂଶ ଯାତ୍ରୀ କୋଲକୋତା ଅଭିମୁଖେ ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking