ବାଲେଶ୍ବର : ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାସ୍ଥଳରେ ଯୁଦ୍ଧ କାଳୀନ ଭିତ୍ତିରେ ରେଳ ମରାମତି କାର୍ଯ୍ୟ ଚାଲିଛି। ଜନସାଧାରଣଙ୍କ ସୁରକ୍ଷା ଓ କାର୍ଯ୍ୟରେ ବାଧା ସୃଷ୍ଟି ନହେବା ପାଇଁ ବ୍ୟାରିକେଟର ବ୍ୟବସ୍ଥା ମଧ୍ୟ କରାଯାଇଛି। ଆସନ୍ତା ବୁଧବାର ସକାଳ ସୁଦ୍ଧା ଏହି ବାଟରେ ଟ୍ରେନ୍ ଚଳାଚଳକୁ ସ୍ବାଭାବିକ କରାଯିବା ଦିଗରେ ପଦକ୍ଷେପ ନିଆଯାଇଛି। ଘଟଣାସ୍ଥଳରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ଆଜି ସକାଳେ ବି ଉପସ୍ଥିତ ଥିଲେ।
ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାସ୍ଥଳରେ ଯୁଦ୍ଧ କାଳୀନ ଭିତ୍ତିରେ ରେଳ ମରାମତି କାର୍ଯ୍ୟ ଚାଲିଛି। ଜନସାଧାରଣଙ୍କ ସୁରକ୍ଷା ଓ କାର୍ଯ୍ୟରେ ବାଧା ସୃଷ୍ଟି ନହେବା ପାଇଁ ବ୍ୟାରିକେଟର ବ୍ୟବସ୍ଥା ମଧ୍ୟ କରାଯାଇଛି। ଆସନ୍ତା ବୁଧବାର ସକାଳ ସୁଦ୍ଧା ଏହି ବାଟରେ ଟ୍ରେନ୍ ଚଳାଚଳକୁ ସ୍ବାଭାବିକ କରାଯିବା ଦିଗରେ ପଦକ୍ଷେପ ନିଆଯାଇଛି। ଘଟଣାସ୍ଥଳରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ଆଜି ସକାଳେ ବି ଉପସ୍ଥିତ ଥିଲେ।