26.1 C
Bhubaneswar
Wednesday, January 15, 2025
Homeଓଡିଶା‘ମୋ ଘର’ ଯୋଜନାରେ କ୍ୟାବିନେଟ ମୋହର, ଘର ତିଆରି ପାଇଁ ସହାୟତା ଦେବେ ରାଜ୍ୟ ସରକାର

‘ମୋ ଘର’ ଯୋଜନାରେ କ୍ୟାବିନେଟ ମୋହର, ଘର ତିଆରି ପାଇଁ ସହାୟତା ଦେବେ ରାଜ୍ୟ ସରକାର

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ‘ମୋ ଘର’ ନାମରେ ଏକ ନୂଆ ଜନକଲ୍ୟାଣକାରୀ ଯୋଜନା ଉପରେ କ୍ୟାବିନେଟ ମୋହର ବାଜିଛି। ଏହି ନୂଆ ‘ମୋ ଘର’ ଯୋଜନା ଅଧିନରେ ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଘର ତିଆରି ପାଇଁ ସହାୟତା ପ୍ରଦାନ କରିବେ।ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ହୋଇଛି। ଏହି ପ୍ରରିପେକ୍ଷୀରେ ଆଜିର କ୍ୟାବିନେଟରେ ନବୀନ ପଟ୍ଟନାୟକ ମୋ ଘର ପରି ଏକ ଗୁରୁତ୍ବପୂର୍ଣ୍ଣ ଯୋଜନା ଆରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ଫୋକସରେ ସବୁବେଳେ ଗରିବ କଲ୍ୟାଣ ରହିଥିବା ବେଳେ ଏନେଇ ବଡ଼ ନିଷ୍ପତ୍ତି ସୂରୂପ ମୋ ଘର ଯୋଜନା ଆରମ୍ଭ କରାଯାଇଛି। ରାଜ୍ୟ ସରକାର ୨୦୧୯ ନିର୍ବାଚନ ପରେ ରାଜ୍ୟର ସବୁ ଲୋକଙ୍କ ମୁଣ୍ଡ ଉପରେ ପକ୍କର ଛାତ ନେଇ ଘୋଷଣା କରିଥିଲେ। ଯାହା ବର୍ତ୍ତମାନ କିଛି ମାତ୍ରାରେ ପୂରଣ ହୋଇଥିବା ବେଳେ ଏହି ନୂଆ ଯୋଜନା ‘ମୋ ଘର’ ମାଧ୍ୟମରେ ବାକି ଲୋକଙ୍କୁ ପକ୍କା ଘର ଯୋଗାଇ ଦିଆଯିବ।
ସେପଟେ ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ରାଜ୍ୟର ବହୁ ହିତାଧିକାରୀ ବାଦ ପଡିଛନ୍ତି। ଏନେଇ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ରକୁ କହୁଥିଲେ ମଧ୍ୟ କେନ୍ଦ୍ର କର୍ଣ୍ଣପାତ କରୁନାହିଁ। ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ବିଭାଗର ମନ୍ତ୍ରୀ ଏବଂ ବିଜେଡି ସାଂସଦମାନେ ବହୁବାର ଏନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି। କିନ୍ତୁ କିଛି ସୁଫଳ ମିଳିନାହିଁ। ସେହିଭଳି କେନ୍ଦ୍ର ଆବାସ ପୋର୍ଟାଲ ବନ୍ଦ କରି ରଖିଥିବା କାରଣରୁ ରାଜ୍ୟର ବହୁ ଲୋକ ମଧ୍ୟ ଘର ପାଇପାରୁନାହାନ୍ତି। ଯାହାକୁ ଦେଖି ରାଜ୍ୟ ସରକାର ନିଜସ୍ବ ‘ମୋ ଘର’ ଯୋଜନା ଆରମ୍ଭ କରିଛନ୍ତି।

‘ମୋ ଘର’ ଯୋଜନାରେ ଗ୍ରାମାଞ୍ଚଳ ଲୋକଙ୍କୁ ଘର ପାଇଁ ସବସିଡ୍ ସହ ଋଣ ଯୋଗାଇଦେବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଗରିବ ଲୋକଙ୍କୁ ୧ ଲକ୍ଷରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଜନା ଦେବାକୁ ବ୍ୟବସ୍ଥା କରାଯାଇଛି । ସେଥିରୁ ସରକାର ୩୦ ହଜାରରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ କରିବାକୁ ଯୋଜନା କରିଛନ୍ତି । ବାକି ଟଙ୍କା ଋଣ ନେବାର ୧୧ ବର୍ଷ ପରେ ସୁଝିବାର ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking