ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ବଦଳରେ ଏଣିକି ହିନ୍ଦୁବାଦୀ ନେତା ବିନାୟକ ସବରକରଙ୍କ ବିଷୟରେ ପାଠ ପଢ଼ିବେ ଦିଲ୍ଲୀ ୟୁନିଭରସିଟି ଛାତ୍ରଛାତ୍ରୀ। ୟୁନିଭରସିଟିର ଯୁକ୍ତ ୩ ପଲଟିକାଲ ସାଇନ୍ସ ପିଲାଙ୍କୁ ସବରକରଙ୍କ ବିଷୟରେ ଦିଆଯିବ ଜ୍ଞାନ ।ଯୁକ୍ତ ୩ ର ପଞ୍ଚମ ସେମିଷ୍ଟାରରେ ମହାତ୍ମା ଗାନ୍ଧିଙ୍କ ବିଷୟରେ ଥିବା ବେଳେ ସିଲାବସରେ ତାହା ବଦଳରେ ସବରକରଙ୍କୁ ମିଳିଛି ସ୍ଥାନ । ଫଳରେ ଗାନ୍ଧିଙ୍କ ବିଷୟକୁ ସପ୍ତମ ସେମିଷ୍ଟାରଙ୍କୁ ଠେଲି ଦିଆଯାଇଛି। ଯାହାକୁ ବହୁ ଶିକ୍ଷାବିତ ନାପସନ୍ଦ କରିବା ସହ ଖୁବ୍ ସମାଲୋଚନା କରିଛନ୍ତି।
ନୂଆ ସିଲାବସ୍ ଅନୁଯାୟୀ, ଯୁକ୍ତ ୩ରେ ରାଜନୀତି ବିଜ୍ଞାନ ଅନର୍ସ ରଖିଥିବା ୫ମ ସେମିଷ୍ଟାର ଛାତ୍ରଛାତ୍ରୀ ଚଳିତ ଶିକ୍ଷା ବର୍ଷରୁ ସବରକରଙ୍କ ଉପରେ ଏକ ବହି ପଢ଼ିବେ। ଉକ୍ତ ସିଲାବସ୍ରେ କେବଳ ସବରକରଙ୍କ ସମ୍ପର୍କରେ ଉଲ୍ଲେଖ ଅଛି। ଏହାକୁ ବହୁ ଶିକ୍ଷାବିତ ତୀବ୍ର ସମାଲୋଚନା କରିଛନ୍ତି। ସେମାନେ ସିଲାବସ୍ରେ ସ୍ଥାନ ପାଇଥିବା ସବରକରଙ୍କ ପାଠକୁ ବିରୋଧ କରୁ ନ ଥିବା ବେଳେ ମହାତ୍ମା ଗାନ୍ଧିଙ୍କ ଚାପ୍ଟର ବାହାର କରାଯିବାକୁ ନାପସନ୍ଦ କରିଛନ୍ତି।