26.1 C
Bhubaneswar
Friday, March 29, 2024
Homeଓଡିଶାପୁରୀରେ 5T ସଚିବ ଭି.କେ ପାଣ୍ଡିଆନ, ଜନ୍ମଦିନରେ ଶ୍ରୀଜିଉଙ୍କୁ କଲେ ଦର୍ଶନ

ପୁରୀରେ 5T ସଚିବ ଭି.କେ ପାଣ୍ଡିଆନ, ଜନ୍ମଦିନରେ ଶ୍ରୀଜିଉଙ୍କୁ କଲେ ଦର୍ଶନ

ପୁରୀ: ପୁରୀରେ 5T ସଚିବ ଭି.କେ ପାଣ୍ଡିଆନ । ଜନ୍ମଦିନରେ ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି 5T ସଚିବ । ଦର୍ଶନ କରିସାରିବା ପରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ତଦାରଖ କରିଥିଲେ । ବଡ ଆଖଡା ପାର୍ଶ୍ବବର୍ତ୍ତି ସ୍ଥାନରେ ଜାରି ରହିଥିବା କାର୍ଯ୍ୟକୁ ଅନୁଧ୍ୟାନ କରିଥିବା ବେଳେ ବାହାର ମାର୍ଗ ଦେଖିଥିଲେ । ଏନେଇ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହିତ ସେ ଆଲୋଚନା କରିଥିଲେ ।

ସ୍ନାନଯାତ୍ରା ପୂର୍ବରୁ ବାକିଥିବା କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଫେରିବା ବାଟରେ ମହାପ୍ରଭୁଙ୍କ ରଥ ନିର୍ମାଣ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ । 5T ସଚିବଙ୍କର ଆଜି ଜନ୍ମଦିନ ହୋଇଥିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ 5T ସଚିବଙ୍କୁ ଶ୍ରୀଜିଉଙ୍କ ଲାଗି ଖଣ୍ଡୁଆ ସମେତ ମହାପ୍ରଭୁଙ୍କ ନାକଚଣା ପ୍ରଦାନ କରିଥିଲେ । ସାଧାରଣ ଲୋକ ଓ ସେବାୟତ 5T ସଚିବଙ୍କ ସହିତ ସେଲଫି ନେଇଥିବା ବେଳେ ଶୁଭେଚ୍ଛା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking