ମନ୍ଦସୋର: ମଧ୍ୟପ୍ରଦେଶର ମନ୍ଦସୌର୍ ଜିଲ୍ଲାରେ ଶନିବାର ଛିଡ଼ା ହୋଇଥିବା ଏକ ଟ୍ରାକ୍ଟର୍ ଟ୍ରଲିକୁ କାର୍ ଧକ୍କା ଦେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ପାଞ୍ଚଜଣ ଆହତ ହୋଇଛନ୍ତି । ଜିଲ୍ଲାର ରୂପବାସ ଗାଁରେ ଭୋର୍ ପାଞ୍ଚଟା ସମୟରେ ହୋଇଥିବା ଜଣେ ଅଧିକାରୀ କହିଛନ୍ତି । ପୁଲିସ ଅନୁସାରେ ଗୋଟିଏ ପରିବାରର ୮ ଜଣ ସଦସ୍ୟ ଉଜ୍ଜୟିନୀରୁ ମନ୍ଦସୋର୍ ଯାଉଥିବା ବେଳେ କାର୍ଟି ଟ୍ରାକ୍ଟର ଟ୍ରଲିର ପଛରେ ଧକ୍କା ଦେଇ ପଶିଯାଇଥିଲା । ମୃତକଙ୍କ ମଧ୍ୟରେ ଦୁଇ ମହିଳା ସାମିଲ । ଆହତଙ୍କର ଜିଲ୍ଲା ହସ୍ପିଟାଲ୍ରେ ଚିକିତ୍ସା କରାଯାଉଛି ।