17.1 C
Bhubaneswar
Friday, January 3, 2025
Homeଦେଶ ବିଦେଶଶତାୟୁ ବୃଦ୍ଧାଙ୍କ ବିରୋଧରେ ୧୦ ଲକ୍ଷର ବଟି ଆଦାୟ ମାମଲା

ଶତାୟୁ ବୃଦ୍ଧାଙ୍କ ବିରୋଧରେ ୧୦ ଲକ୍ଷର ବଟି ଆଦାୟ ମାମଲା

କାନପୁର: ଉତ୍ତର ପ୍ରଦେଶ କାନପୁର ପୁଲିସର ଏକ ମାମଲା ଲୋକଙ୍କୁ ବିଚଳିତ କରିଛି । ସ୍ଥାନୀୟ କଲ୍ୟାଣପୁର ନିବାସୀ ଜଣେ ୧୦୦ ବର୍ଷୀୟା ବୃଦ୍ଧାଙ୍କ ବିରୋଧରେ ଦାଦାବଟି ମାଗିବା ଅଭିଯୋଗରେ ଏଫ୍‌ଆଇଆର୍ ହୋଇଛି । ଏକ ଜମିବାଡ଼ି ବିବାଦରେ ବୃଦ୍ଧା ଜଣକ ୧୦ ଲକ୍ଷ ଟଙ୍କା ବଟି ମାଗିଥିବା ଏଫ୍‌ଆଇଆର୍‌ରେ ଦର୍ଶାଯାଇଛି । ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ବୃଦ୍ଧା ଜଣକ କମିଶନର୍‌ଙ୍କ ନିକଟରେ ନ୍ୟାୟର ଗୁହାରୀ କରିଛନ୍ତି । ତାଙ୍କ ଅଭିଯୋଗ ଶୁଣି କମିଶନର୍ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଛନ୍ତି ।

ସେ ମାମଲାର ତଦନ୍ତ ଆଦେଶ ଦେଇଛନ୍ତି । ରିପୋର୍ଟ ଅନୁସାରେ କଲ୍ୟାଣପୁରର ମିର୍ଜାପୁର ନୂଆ ବସ୍ତି ନିବାସୀ ୧୦୦ ବର୍ଷୀୟା ଚନ୍ଦ୍ରକଲୀଙ୍କର ଜମିବାଡ଼କୁ ନେଇ କିଛିଦିନ ଧରି ବିବାଦ ଚାଲିଛି । ବିବାଦ ବଢ଼ିବାକୁ ମାମଲା କାନପୁର ପୁଲିସ ନିକଟରେ ପହଞ୍ଚିଥିଲା । ପୁଲିସ ଚନ୍ଦ୍ରକଲୀ ଓ ତାଙ୍କ ସମ୍ପର୍କୀୟ କୃଷ୍ଣ ମୁରାରୀଙ୍କ ସମେତ ଅନ୍ୟ ବ୍ୟକ୍ତିଙ୍କ ବିରୋଧରେ ଦାଦାବଟି ସମେତ ଅନ୍ୟ ଧାରାରେ ମାମଲା ରୁଜୁ କରିଛି । ଅନ୍ୟପକ୍ଷରେ କଲ୍ୟାଣପୁର ଏସିପି କହିଛନ୍ତି, ଜମିବାଡ଼ି ବିବାଦରେ ଦୁଇ ପକ୍ଷଙ୍କ ପକ୍ଷରୁ ରିପୋର୍ଟ ରୁଜୁ କରାଯାଇଛି । ରିପୋର୍ଟରେ ବୃଦ୍ଧାଙ୍କ ନାମ ଯଦି ଥିବ, ତେବେ ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking