22.1 C
Bhubaneswar
Saturday, January 25, 2025
Homeଦେଶ ବିଦେଶମଶା କାମୁଡିଲେ କୁଣ୍ଡାଇ ହେବାର କାରଣ ଜାଣିଛନ୍ତି କି? ଜାଣନ୍ତୁ ଏହାର କାରଣ..

ମଶା କାମୁଡିଲେ କୁଣ୍ଡାଇ ହେବାର କାରଣ ଜାଣିଛନ୍ତି କି? ଜାଣନ୍ତୁ ଏହାର କାରଣ..

ନୂଆଦିଲ୍ଲୀ: ମଶାଙ୍କ ଉପଦ୍ରବ ଆରମ୍ଭ ହୋଇଗଲାଣି । ରାତିରେ ଶୋଇବାବେଳେ ହେଉ କି ସନ୍ଧ୍ୟାରେ ଆପଣ ବସିଥିବାବେଳେ ମଶା କାମୁଡିଥାନ୍ତି । ମଶା କାମୁଡିବା ଦ୍ୱାରା ମ୍ୟାଲେରିଆ, ଡେଙ୍ଗୁ ଭଳି ରୋଗ ହେଉଥିବାବେଳେ ମଶା କାମୁଡ଼ିଲେ କଣ ପାଇଁ କୁଣ୍ଡାଇହୁଏ ଓ ମଶା କାମୁଡିଥିବା ଜାଗା କାହିଁକି ଲାଲ ପଡ଼ିଯାଏ, କେବେ ଆପଣ ଭାବିଛନ୍ତି କି? ଆଜି ଆମେ ଆପଣଙ୍କୁ ଏହା ପଛର କାରଣ ବାବଦରେ ଜଣାଇବୁ । ଏହା ସହିତ, ଏହି ପ୍ରଶ୍ନ ମଧ୍ୟ ମନକୁ ଆସୁଥିବ ଯେ ମଶା ଆମ ରକ୍ତ କାହିଁକି ପିଇଥାଏ? ବାସ୍ତବରେ ଅଣ୍ଡିରା ମଶା ନା କାମୁଡ଼ନ୍ତି ନା ରୋଗ ବିସ୍ତାର କରନ୍ତି । କେବଳ ମାଈ ମଶା ମଣିଷ ଏବଂ ପଶୁମାନଙ୍କୁ କାମୁଡ଼ନ୍ତି ଓ ରକ୍ତ ଶୋଷିଥାନ୍ତି । ଏବେ ଏହା ଜାଣିବା ଜରୁରୀ ଯେ ମାଈ ମଶା କାହିଁକି ରକ୍ତ ଶୋଷିଥାନ୍ତି?
ପ୍ରକୃତରେ, ମାଈ ମଶାମାନେ ରକ୍ତ ନ ପିଇଲେ ଅଣ୍ଡା ଦେଇ ପାରିବେ ନାହିଁ । ସିଧା କଥାରେ କହିବାକୁ ଗଲେ, ମାଈ ମଶା ରକ୍ତ ନ ପିଇଲେ ସେମାନେ ଅଣ୍ଡା ଦେଇ ପାରିବେ ନାହିଁ। ଏଥିପାଇଁ ଅନେକ ରୋଗ ବ୍ୟାପିବା ପଛରେ ମାଈ ମଶାମାନେ ହିଁ ଦାୟୀ ହୋଇଥାନ୍ତି । ଏବେ ଜାଣନ୍ତୁ ମଶା କାମୁଡିବା ପରେ କାହିଁକି ସେ ସ୍ଥାନ କୁଣ୍ଡାଇ ହୋଇଥାଏ । ଯେତେବେଳେ କୌଣସି ମଶା କାମୁଡ଼ିଥାଏ, ସେତେବେଳେ ମଶା ଏହାର ଛୁଞ୍ଚି ଭଳି ଲମ୍ବା ଶୁଣ୍ଢ ଦ୍ୱାରା ଚର୍ମରେ ଛିଦ୍ର କରିଥାଏ । ଯେତେବେଳେ ମଶା କାମୁଡ଼ିଥାଏ, ଏହା ଆପଣଙ୍କ ଶରୀରରେ ଲାଳ କ୍ଷରଣ କରିଦେଇଥାଏ । ଆଉ ଏହି ଲାଳ ପାଇଁ କୁଣ୍ଡାଇ ହୋଇଥାଏ । ଆଉ ବାରମ୍ବାର କୁଣ୍ଡେଇବାରୁ ସେହି ଜାଗା ଲାଲ ପଡିଯାଇଥାଏ । ଅବଶ୍ୟ ମଶା କାମୁଡ଼ିବା ଦ୍ୱାରା କିଛି ଲୋକଙ୍କର ସାମାନ୍ୟ ପ୍ରତିକ୍ରିୟା ଦେଖାଯାଉଥିବାବେଳେ କିଛି ଲୋକଙ୍କଠାରେ ମଶା କାମୁଡ଼ିବାର ଖରାପ ପ୍ରଭାବ ପଡିଥାଏ। କିଛି ଲୋକମାନଙ୍କୁ ମଶା କାମୁଡିବା ପରେ ଫୁଲିଯିବା ସହ ଯନ୍ତ୍ରଣା ସାଙ୍ଗକୁ ଲାଲ୍ ଚିହ୍ନ ସୃଷ୍ଟି ହୋଇଯାଇଥାଏ । ଏହି ଲାଲ୍ ଚିହ୍ନ ତୁରନ୍ତ ଦେଖାଯାଏନାହିଁ ଏବଂ କିଛି ସମୟ ପରେ ସୃଷ୍ଟି ହୁଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking