ବାହାନଗା : କସବା ଜୟପୁର ପଞ୍ଚାୟତ ଅନ୍ତର୍ଗତ ଜିରତାଳ ଗ୍ରାମର ଜଣେ ମହିଳା ବିଷ ପିଇ ମୃତ୍ୟୁ ହୋଇଛି । ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି । ପ୍ରକାଶ ଥାଉକି ଜିରତାଳ ଗ୍ରାମର ରବୀନ୍ଦ୍ର ଭୋଇ ପରିବାର ପ୍ରତିପୋଷଣ ପାଇଁ ବେଙ୍ଗାଲୁରୁରେ ରହି କମ୍ପାନୀ କାର୍ଯ୍ୟ କରନ୍ତି । ଘରେ ସ୍ତ୍ରୀ ପାର୍ବତୀ(୩୮) ସହ ପିଲା ଓ ଶାଶୁ ଶଶ୍ୱର ରହୁଥିବାବେଳେ ଘରୋଇ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ବୋହୂ ପାର୍ବତୀ ବିଷ ପିଇ ଗୁରୁତର ଅବସ୍ଥାରେ ବାଲେଶ୍ୱର ସଦର ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇ ଚିକିତ୍ସିତ ହେଉଥିବାବେଳେ ସେଠାରେ ମୃତ୍ୟୁ ହୋଇଛି । ଏନେଇ ଖନ୍ତାପଡ଼ା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି ।