32.1 C
Bhubaneswar
Tuesday, April 23, 2024
Homeଖେଳମାଲେସିଆ ମାଷ୍ଟର୍ସ ପ୍ରି-କ୍ୱାର୍ଟର୍‌ରେ ସିନ୍ଧୁ, ଶ୍ରୀକାନ୍ତ

ମାଲେସିଆ ମାଷ୍ଟର୍ସ ପ୍ରି-କ୍ୱାର୍ଟର୍‌ରେ ସିନ୍ଧୁ, ଶ୍ରୀକାନ୍ତ

କ୍ୱାଲାଲାମ୍ପୁର୍ : ଭାରତର ଷ୍ଟାର୍ ଶଟ୍‌ଲର୍ ପିଭି ସିନ୍ଧୁ, କିଦାମ୍ବୀ ଶ୍ରୀକାନ୍ତ ଓ ଏଚ୍‌ଏସ୍ ପ୍ରଣୟ ବୁଧବାର ନିଜ ନିଜର ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ବିଜୟୀ ହୋଇ ଏଠାରେ ଚାଲିଥିବା ମାଲେସିଆ ମାଲେସିଆ ମାଷ୍ଟର୍ସ ପ୍ରି-କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଷଷ୍ଠ ସିଡ୍ ସିନ୍ଧୁ ସଂଘର୍ଷପୂର୍ଣ୍ଣ ଏକ ଘଣ୍ଟା ଦୁଇ ମିନିଟ୍‌ର ମ୍ୟାଚ୍‌ରେ ଡେନ୍‌ମାର୍କର ଲିନ୍ ଖ୍ରୀଷ୍ଟୋଫର୍‌ସେନ୍‌ଙ୍କୁ ପରାଜିତ କରିଛନ୍ତି । ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ସିନ୍ଧୁ ୨୧-୧୩, ୧୭-୨୧, ୨୧-୧୮ରେ ବିଜୟୀ ହୋଇ ଡେନ୍‌ମାର୍କ ଶଟ୍‌ଲର୍‌ଙ୍କ ବିରୋଧରେ ନିଜର ପ୍ରଭୃତ୍ୱ ବଜାୟ ରଖିଛନ୍ତି । ପୂର୍ବରୁ ସିନ୍ଧୁ ଚାରିଥର ଖ୍ରୀଷ୍ଟୋଫର୍‌ସେନ୍‌ଙ୍କୁ ପରାଜିତ କରିଥିଲେ । ବିଶ୍ୱର ତ୍ରୟୋଦଶ ର‌୍ୟାଙ୍କ୍‌ର ଖେଳାଳି ସିନ୍ଧୁ ପରବର୍ତ୍ତୀ ରାଉଣ୍ଡ୍‌ରେ ଜାପାନର ଆୟା ଓହୋରିଙ୍କୁ ଭେଟିବେ । ଅନ୍ୟପକ୍ଷରେ ମହିଳା ସିଙ୍ଗଲ୍ସରେ ଆଜିର ଦିନର ଭାରତୀୟ କ୍ୱାଲିଫାୟର୍ ଅଶ୍ମିତା ଚଲିହା ଓ ଆକର୍ଷୀ କଶ୍ୟପଙ୍କ ପାଇ ନିରାଶଜନକ ଥିଲା ।

ପ୍ରଥମ ରାଉଣ୍ଡ୍‌ରେ ଉଭୟ ଖେଳାଳି ସିଧା ଗେମ୍‌ରେ ପରାଜିତ ହୋଇଛନ୍ତି । ଅଶ୍ମିତା ଚତୁର୍ଥ ସିଡ୍ ଚୀନ୍‌ର ୟୁଇ ହାନ୍‌ଙ୍କଠାରୁ ୧୭-୨୧, ୭-୨୧ରେ ଏବଂ ଆକର୍ଷୀ ଟପ୍ ସିଡ୍ ଜାପାନର ଅକାନେ ୟାମାଗୁଚିଙ୍କଠାରୁ ୧୭-୨୧, ୧୨-୨୧ରେ ହାରି ଯାଇଛନ୍ତି । ପୁରୁଷ ସିଙ୍ଗଲ୍ସରେ କିଦାମ୍ବୀ ଶ୍ରୀକାନ୍ତ ତାଙ୍କ କୌଶଳ ପ୍ରଦର୍ଶନ ବଳରେ ଟୋମା ଜୁନିଅର୍ ପୋପୋଭ୍‌ଙ୍କ ବିପକ୍ଷରେ ୨୧-୧୨, ୨୧-୧୬ରେ ବିଜୟୀ ହୋଇଛନ୍ତି । ଦ୍ୱିତୀୟ ରାଉଣ୍ଡ୍‌ରେ ସେ ଅଷ୍ଟମ ସିଡ୍ ଥାଇଲାଣ୍ଡର କୁନ୍‌ଲାଭତ୍ ଭିତିଦ୍‌ସର୍ନଙ୍କୁ ଭେଟିବେ । ସେହିପରି ଅନ୍ୟ ଏକ ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ଏଚ୍‌ଏସ୍ ପ୍ରଣୟ ସୁଦିରମାନ୍ କପ୍ ପରାଜୟର ପ୍ରତିଶୋଧ ନେଇ ଚୀନ୍ ତାଇପେଇ ଖେଳାଳି ଚୋଉ ତିଏନ୍ ଚେନ୍‌ଙ୍କୁ୧୬-୧, ୨୧-୧୪, ୨୧-୧୩ରେ ହରାଇ ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ୍ ପ୍ୟାରିସ୍ ବିଡବ୍ଲ୍ୟୁଏଫ୍ ଅଲିମ୍ପିକ୍ କ୍ୱାଲିଫିକେସନ୍ ଇଭେଣ୍ଟ୍‌ର ଏକ ଅଂଶବିଶେଷ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking