22.1 C
Bhubaneswar
Friday, January 10, 2025
Homeଦେଶ ବିଦେଶ୨୦୨୨-୨୩ ଆର୍ଥିକ ବର୍ଷ ରିପୋର୍ଟ; ଜାତୀୟକରଣ ବ୍ୟାଙ୍କ୍‌ର ମୋଟ ଲାଭ ୧ ଲକ୍ଷ କୋଟି ଟପିଲା

୨୦୨୨-୨୩ ଆର୍ଥିକ ବର୍ଷ ରିପୋର୍ଟ; ଜାତୀୟକରଣ ବ୍ୟାଙ୍କ୍‌ର ମୋଟ ଲାଭ ୧ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ : ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେଉଥିବା ଆର୍ôଥକବର୍ଷ (୨୦୨୨-୨୩)ରେ ସରକାରୀ ଉଦ୍ୟୋଗ (ଜାତୀୟକରଣ)ରେ ପରିଚାଳିତ ବ୍ୟାଙ୍କଗୁଡିକର ମୋଟ ଲାଭ ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିବା ଜଣାପଡିଛି । ଏହି ଆର୍ôଥକବର୍ଷରେ ଏହି ବ୍ୟାଙ୍କଗୁଡିକ ମୋଟ ୧,୦୪,୬୪୯ କୋଟି ଟଙ୍କା ଲାଭ କରିଛନ୍ତି । ଏହି ଲାଭାଂଶରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ର ଅବଦାନ ୫୦ ପ୍ରତିଶତରୁ ଅଧିକ ରହିଥିବା କୁହାଯାଇଛି ।

ଏହି ୧୨ଟି ଜାତୀୟକରଣ ବ୍ୟାଙ୍କ ୨୦୨୧-୨୨ରେ ମୋଟ ୬୬,୫୩୯.୯୮ କୋଟି ଟଙ୍କା ଲାଭ କରିଥିବାବେଳେ ୨୦୨୨-୨୩ରେ ସେମାନଙ୍କ ଲାଭାଂଶ ୫୭ ପ୍ରତିଶତ ବୃଦ୍ଧି ପାଇଛି । ଶତକଡା ହିସାବରେ ଦେଖିଲେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ସର୍ବାଧିକ ୧୨୬ ପ୍ରତିଶତ ଅଧିକ ଲାଭ କରିଥିବାବେଳେ ଏହି ପରିମାଣ ୨୬୦୨ କୋଟି ଟଙ୍କା ରହିଛି । ଏହାପଛକୁ ୟୁକୋ ବ୍ୟାଙ୍କ ୧୦୦ ପ୍ରତିଶତ ଲାଭ (୧୮୬୨ କୋଟି) ଲାଭ କରିଥିବାବେଳେ ବ୍ୟାଙ୍କ ଅଫ୍ ବରୋଦା ୯୪ ପ୍ରତିଶତ (୧୪,୧୧୦ କୋଟି) ଲାଭ କରିଛି ।

ତେବେ ପରିମାଣ ଦୃଷ୍ଟିରୁ ଷ୍ଟେଟ ବ୍ୟାଙ୍କ ଗତ ଆର୍ôଥକବର୍ଷରେ ସର୍ବାଧିକ ୫୦,୨୩୨ କୋଟି ଟଙ୍କା ଲାଭ କରିଥିବାବେଳେ ଏହାର ଲାଭାଂଶ ୫୯ ପ୍ରତିଶତ ବୃଦ୍ଧି ପାଇଛି । କେବଳ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)କୁ ବାଦଦେଲେ ଅନ୍ୟ ସମସ୍ତ ଜାତୀୟକରଣ ବ୍ୟାଙ୍କ ଗତ ଆର୍ôଥକବର୍ଷରେ ଆଖିଦୃଶିଆ ଲାଭ କରିଛନ୍ତି ।

ପିଏନ୍‌ବି ଏଥର ୨୫୦୭ କୋଟି ଲାଭ କରିଥିଲେ ସୁଦ୍ଧା ଗତ ଆର୍ôଥକବର୍ଷ ତୁଳନାରେ (୩୪୫୭ କୋଟି) ଏହା ୨୭ ପ୍ରତିଶତ ହ୍ରାସ ପାଇଛି । ୧୦ ହଜାର କୋଟିରୁ ଊର୍ଦ୍ଧ୍ୱ ପରିମାଣ ଲାଭ କରିଥିବା ଜାତୀୟକରଣ ବ୍ୟାଙ୍କ ତାଲିକାରେ ଷ୍ଟେଟ୍ ବ୍ୟାଙ୍କ ପଛକୁ କେବଳ ବ୍ୟାଙ୍କ ଅଫ୍ ବରୋଦା (୧୪,୧୧୦ କୋଟି) ଏବଂ କାନାରା ବ୍ୟାଙ୍କ (୧୦,୬୦୪ କୋଟି) ରହିଛନ୍ତି ।

ଅନ୍ୟ ବ୍ୟାଙ୍କଗୁଡିକ ମଧ୍ୟରେ ପଞ୍ଜାବ ଆଣ୍ଡ୍ ସିନ୍ଧ୍ ବ୍ୟାଙ୍କ ୧୩୧୩ କୋଟି ଲାଭ କରିଥିବାବେଳେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ୧୫୮୨ କୋଟି, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ୨୦୯୯ କୋଟି, ବ୍ୟାଙ୍କ ଅଫ୍ ଇଣ୍ଡିଆ ୪୦୨୩ କୋଟି, ଇଣ୍ଡିଆନ ବ୍ୟାଙ୍କ ୫୨୮୨ କୋଟି ଏବଂ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ୮୪୩୩ କୋଟି ଲାଭ କରିଥିବା ପ୍ରକାଶ ।

ସୂଚନାଯୋଗ୍ୟ ୨୦୧୭-୧୮ ଆର୍ôଥକବର୍ଷରେ ଜାତୀୟକରଣ ବ୍ୟାଙ୍କଗୁଡିକ ମୋଟ ୮୫,୩୯୦ କୋଟି କ୍ଷତି ସହିଥିବାବେଳେ ୨୦୨୨-୨୩ରେ ଦୃଶ୍ୟପଟ ସମ୍ପୂର୍ଣ୍ଣ ବଦଳିଯାଇଛି । ବିଗତ ୫ ବର୍ଷ ମଧ୍ୟରେ ସରକାର ବ୍ୟାଙ୍କ ପରିଚାଳନା ନୀତିରେ ସଂସ୍କାର ଆଣିଥିବାବେଳେ ୩,୧୦,୯୯୭ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking