35.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶବିଦେଶୀ ମୁଦ୍ରା ଭଣ୍ଡାର ୬୦୦ ବିଲିୟନ ଡଲାର ଛୁଇଁଲା

ବିଦେଶୀ ମୁଦ୍ରା ଭଣ୍ଡାର ୬୦୦ ବିଲିୟନ ଡଲାର ଛୁଇଁଲା

ମୁମ୍ବାଇ: ଦୀର୍ଘ ଏକବର୍ଷର ବ୍ୟବଧାନ ପରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୬୦୦ ବିଲିୟନ ଡଲାର ଛୁଇଁବାକୁ ଯାଉଛି । ମେ’ ୧୨ ସୁଦ୍ଧା ଦେଶରେ ବିଦେଶୀ ମୁଦ୍ରା ଗଚ୍ଛିତ ପରିମାଣ ୫୯୯.୫୨ ବିଲିୟନ ଡଲାରରେ ପହଞ୍ଚିଛିି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଏହାର ପୂର୍ବ ସପ୍ତାହ ଅର୍ଥାତ ମେ’ ୫ରେ ସ୍ଥିତି ୫୯୫.୯୭ ବିଲିୟନ ଡଲାର ରହିଥିଲା । ୨୦୨୧ ଅକ୍ଟୋବରରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ସ୍ଥିତି ସର୍ବାଧିକ ୬୪୫ ବିଲିୟନ ଡଲାରରେ ପହଞ୍ଚିଥିଲା । ତେବେ ପରବର୍ତ୍ତୀ ସମୟରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ସ୍ଥିତି କ୍ରମଶଃ ଦୁର୍ବଳ ହେବାରୁ ଏହି ସ୍ଥିତି ହ୍ରାସ ପାଇବାରେ ଲାଗିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking