20.1 C
Bhubaneswar
Thursday, January 9, 2025
Homeଓଡିଶାଓଡିଶା ପାଇଁ କାର୍ଯ୍ୟ ଅପେକ୍ଷା ପ୍ର୍ରଚାରରେ ଆଗ୍ରହୀ କେନ୍ଦ୍ରମନ୍ତ୍ରୀ: ବିଜେଡି

ଓଡିଶା ପାଇଁ କାର୍ଯ୍ୟ ଅପେକ୍ଷା ପ୍ର୍ରଚାରରେ ଆଗ୍ରହୀ କେନ୍ଦ୍ରମନ୍ତ୍ରୀ: ବିଜେଡି

 କପିଳେଶ୍ୱର ମନ୍ଦିର ପ୍ରସଙ୍ଗର ଉଦାହରଣ ଦେଲା ବିଜେଡି
 ସଂସ୍କୃତି ମନ୍ତ୍ରଣାଳୟର ବିଜ୍ଞପ୍ତି ପରେ ଚିଠି ଲେଖିଲେ ଧର୍ମେନ୍ଦ୍ର
 କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଆଚରଣରେ ଲୋକେ ହସୁଛନ୍ତି
ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ପାଇଁ ପ୍ରକୃତରେ କାର୍ଯ୍ୟ କରିବା ଅପେକ୍ଷା ପ୍ରଚାରରେ ଅଧିକ ଆଗ୍ରହୀ । ବିଜେପିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠି ପ୍ରତି ଏଭଳି ମନ୍ତବ୍ୟ ଦେଇଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ୍‍ ମହାନ୍ତି ।
ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି ଯେ ଏ ସଂକ୍ରାନ୍ତରେ ସର୍ବଶେଷ ଉଦାହରଣ ହେଉଛି କପିଳେଶ୍ୱର ମନ୍ଦିର ପ୍ରସଙ୍ଗ । ମଇ ୫ତାରିଖରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଥିଲେ ଯେ କପିଳେଶ୍ୱର ମନ୍ଦିରର ରକ୍ଷଣାବେକ୍ଷଣ ଏଏସଆଇ ଦ୍ୱାରା ହାତକୁ ନିଆଯିବ । ତେବେ ମଇ ୯ତାରିଖରେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମରେ ଜୋରଦାର ପ୍ରଚାର ସହ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଏକ ଚିଠି ଲେଖି କପିଳେଶ୍ୱର ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବାକୁ ଏଏସ୍‍ଆଇକୁ ଅନୁରୋଧ କରିଛନ୍ତି । ଏହି ପ୍ରସଙ୍ଗରେ ଏବେ ସମସ୍ତେ ହସୁଛନ୍ତି ।
ଶ୍ରୀ ପ୍ରଧାନ ନିଜର ପ୍ରଚାର ପ୍ରସାର କରିବା ଏବଂ ଚିଠି ଦେବା ପରିବର୍ତ୍ତେ କେବଳ ତାଙ୍କ ସହକର୍ମୀ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଠାରୁ ଏ ସଂକ୍ରାନ୍ତରେ ବୁଝି ପାରିଥାନ୍ତେ । ଆମେ ଜାଣିଛୁ ଯେ କପିଳେଶ୍ୱର ମନ୍ଦିର କିମ୍ବା ଅନ୍ୟାନ୍ୟ ପ୍ରସଙ୍ଗରେ କାର୍ଯ୍ୟ ଅପେକ୍ଷା ଶ୍ରୀ ପ୍ରଧାନ ପ୍ରଚାରରେ ଅଧିକ ଆଗ୍ରହୀ । ସେ ତାଙ୍କ ଦଳର ସହକର୍ମୀ ଶ୍ରୀମତୀ ଅପରାଜିତାଙ୍କ ଠାରୁ ଶିଖି ନେବା ଉଚିତ୍‍ ବୋଲି ଡକ୍ଟର ମହାନ୍ତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking