ଝାରସୁଗୁଡା: ଝାରସୁଗୁଡ଼ାର ୫୯ ନମ୍ବର ବୁଥ୍ରେ ଉତ୍ତେଜନା ଦେଖିବାକୁ ମିଳିଛି । ବୁଥ ଭିତରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି । ନିଜ ରୋଗୀଣା ମାଆଙ୍କୁ ନେଇ ଆସିଥିବା ଭୋଟରଙ୍କୁ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ମାଡ଼ ମାରିଥିଲେ । ଏହାକୁ ନେଇ ବୁଥ ପରିସରରେ ଉତ୍ତେଜନା ଦେଖାଦେଇଛି । ଫଳରେ କିଛି ସମୟ ପାଇଁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ପୋଲିସ ପହଞ୍ଚିବା ପରେ ମତଦାନ ସ୍ଵାଭାବିକ ହୋଇଥିବା ସୂଚନା ରହିଛି ।
୨୫୩ ମତଦାନ କେନ୍ଦ୍ରରେ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ ଲକ୍ଷ ୨୧ ହଜାର ଭୋଟର । ଏଥିମଧ୍ୟରୁ ୧ଲକ୍ଷ ୧୦ ହଜାର ୬୧୯ ପୁରୁଷ ଭୋଟର ଥିବା ବେଳେ, ୧ ଲକ୍ଷ ୧୧ ହଜାର ୦୩୭ ଜଣ ମହିଳା ଭୋଟର ଅଛନ୍ତି । ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ଚାଲିବ ମତଦାନ । ପ୍ରଥମ ଥର ପାଇଁ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ୧୧୮ ସକ୍ଷମ ବାହାନ ନିୟୋଜିତ ହୋଇଛନ୍ତି ।