31.1 C
Bhubaneswar
Sunday, May 19, 2024
Homeକର୍ଣ୍ଣାଟକ ବିଧାନସଭା ନିର୍ବାଚନ-୨୦୨୩କାହିଁକି ପ୍ରଧାନମନ୍ତ୍ରୀଙ୍କ ଫୋକସରେ କର୍ଣ୍ଣାଟକ ? ଗୋଟିଏ ସପ୍ତାହରେ କରିଛନ୍ତି ୧୭ ରାଲି ଓ ୫...

କାହିଁକି ପ୍ରଧାନମନ୍ତ୍ରୀଙ୍କ ଫୋକସରେ କର୍ଣ୍ଣାଟକ ? ଗୋଟିଏ ସପ୍ତାହରେ କରିଛନ୍ତି ୧୭ ରାଲି ଓ ୫ ରୋଡ୍ ସୋ

ନୂଆଦିଲ୍ଲୀ: କର୍ଣ୍ଣାଟକ ଫଳଫଳ ଉପରେ ନିର୍ଭର କରିବ ଅନ୍ୟ ରାଜ୍ୟର ବିଧାନସଭା ନିର୍ବାଚନ । ଲୋକସଭା ନିର୍ବାଚନକୁ ଆଉ ବର୍ଷଟିଏ ଥିବାରୁ କର୍ଣ୍ଣାଟକ ବିଜୟ ବେଶ ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ସପ୍ତାହରେ ୧୭ ରାଲି ଓ ୫ ରୋଡ୍ ସୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୧୯୮୫ରୁ ଗୋଟିଏ ରାଜନୈତିକ ଦଳ ଲଗାତର ୨ଥର କ୍ଷମତାରେ ରହି ନାହାନ୍ତି । ବିଜେପିର ସବୁଠୁ ବଡ ଚେହେରା ୟେଦିୟୁରପ୍ପା ନିର୍ବାଚନର ନେତୃତ୍ୱ ନେଉନାହାନ୍ତି । ୨୦୦୮ରେ ବିଜେପିକୁ କ୍ଷମତାକୁ ଆଣିବାରେ ୟେଦିୟୁରପ୍ପାଙ୍କ ଭୂମିକା ଥିଲା । ୨୦୧୮ରେ ତ୍ରିଶଙ୍କୁ ବିଧାନସଭା ପରେ ୨୦୧୯ରେ ବିଜେପିକୁ କ୍ଷମତାକୁ ଆଣିଥିଲେ । ଦୁଇ ଥରଯାକ ସଂଖ୍ୟା ଗରିଷ୍ଠତାଠାରୁ ଅଳ୍ପ ଦୂରରେ ରହିଯାଇଥିଲା ବିଜେପି ।
ଚଳିତଥର କର୍ଣ୍ଣାଟକରେ ସରକାର ବିରୋଧୀ ସ୍ୱର ଖୁବ ଜୋରରେ ରହିଛି । ସରକାର ବିରୋଧରେ ଦୁର୍ନୀତିକୁ ପ୍ରସଙ୍ଗ କରି ଜୋରଦାର ଆକ୍ରମଣ କରିଛି କଂଗ୍ରେସ । କଂଗ୍ରେସକୁ କାଉଂଟର କରିବା ପାଇଁ ସ୍ୱତନ୍ତ୍ର ରଣନୀତି କରିଥିଲେ ପ୍ରଧାନମନ୍ତ୍ରୀ । ‘ବିଷଧର ସାପ’ ‘ଅପାରଗ ପୁଅ’ ଭଳି ବ୍ୟକ୍ତିଗତ ଆକ୍ଷେପକୁ ପ୍ରସଙ୍ଗ କରିଛନ୍ତି ମୋଦୀ । କଂଗ୍ରେସ କିଭଳି ତାଙ୍କୁ ଗାଳି ଦେଉଛି ତାକୁ ଲୋକଙ୍କ ଆଗରେ ବାରମ୍ବାର କହିଛନ୍ତି । କଂଗ୍ରେସ କ୍ଷମତାକୁ ଆସିଲେ ବଜରଂଗ ଦଳକୁ ବ୍ୟାନ୍ କରିବ ବୋଲି କହିଥିଲା । ‘ବଜରଂଗ ଦଳ’କୁ ‘ବଜରଙ୍ଗ ବଲି’ଙ୍କ ଅପମାନ କହି କଂଗ୍ରେସକୁ ଘେରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking