26.1 C
Bhubaneswar
Thursday, September 19, 2024
Homeଓଡିଶାଓଡିଶାକୁ ନାହିଁ ବାତ୍ୟା ଭୟ,୧୩ କିମ୍ବା ୧୪ରେ ମିଆଁମାର ଉପକୂଳ ଛୁଇଁପାରେ ସମ୍ଭାବ୍ୟ ବାତ୍ୟା

ଓଡିଶାକୁ ନାହିଁ ବାତ୍ୟା ଭୟ,୧୩ କିମ୍ବା ୧୪ରେ ମିଆଁମାର ଉପକୂଳ ଛୁଇଁପାରେ ସମ୍ଭାବ୍ୟ ବାତ୍ୟା

ଭୁବନେଶ୍ୱର:ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଶନିବାର ଦିନ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ଏବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ରହିଥିବା ବେଳେ ବାୟୁମଣ୍ଡଳର ମଧ୍ୟଭାଗ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି। ଏହା ପ୍ରଭାବରେ ଆସନ୍ତାକାଲି ସକାଳ ସୁଦ୍ଧା ସେହି ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୯ ତାରିଖ ଆଡ଼କୁ ଲଘୁଚାପଟି ଅଧିକ ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ହିଁ ଅବପାତର ରୂପ ନେବ। ଏହାପରେ ଅବପାତଟି ଆହୁରି ଘନୀଭୂତ ହେବା ସହ ବାତ୍ୟାର ରୂପ ନେବ ଓ ଉତ୍ତର ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ମୁହାଁ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି। ତେବେ ସୃଷ୍ଟି ହୋଇଥିବା ସିଷ୍ଟମ ଉପରେ ପାଣିପାଗ ବିଭାଗ ନିୟମିତ ନଜର ରଖିଥିବା ବେଳେ ବାତ୍ୟାର ତୀବ୍ରତା, ଗତିପଥ ଓ ଏହା କେଉଁ ଦିଗ ଦେଇ ଗତି କରିବ ତାହା ଲଘୁଚାପ ସୃଷ୍ଟି ପରେ ସ୍ପଷ୍ଟ କହିହେବ ବୋଲି ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ବର୍ତ୍ତମାମ ସୁଦ୍ଧା ଓଡ଼ିଶା ପାଇଁ ବାତ୍ୟା ୱାର୍ଣ୍ଣିଂ ଦିଆଯାଇନାହିଁ। ବର୍ତମାନର ଆକଳନ ଅନୁସାରେ ବାତ୍ୟାର ଗତିପଥ ସେଣ୍ଟ୍ରାଲ ବାଙ୍ଗୋପ ସାଗର ଦେଇ ଗତି କରିବାର ସମ୍ଭାବନା ରହିଛି। ଓଡ଼ିଶାର ଉପକୂଳରେ ମାଛ ଧରୁଥୁବା ମତ୍ସଜୀବିଙ୍କ ପାଇଁ ମଧ୍ୟ ୱାର୍ଣ୍ଣିଂ ନାହିଁ। ଆଣ୍ଡାମାନ ନିକୋବର ପାଇଁ ୮ ରୁ ୧୨ ତାରିଖ ଯାଏଁ ୱାର୍ଣ୍ଣିଂ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking