28.1 C
Bhubaneswar
Saturday, October 19, 2024
Homeଓଡିଶାବିଡିଏରେ କର୍ମଚାରୀଙ୍କ ଇଛାଧିନ କୋଟା ପ୍ଲଟ୍ ନେବା ମାମଲା ଜଣେ ବ୍ୟକ୍ତି ପାଇବେ ନାହିଁ ଏକାଧିକ...

ବିଡିଏରେ କର୍ମଚାରୀଙ୍କ ଇଛାଧିନ କୋଟା ପ୍ଲଟ୍ ନେବା ମାମଲା ଜଣେ ବ୍ୟକ୍ତି ପାଇବେ ନାହିଁ ଏକାଧିକ ପ୍ଲଟ୍ : ହାଇକୋର୍ଟ

କଟକ: ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ଜଣେ ବ୍ୟକ୍ତି ଏକାଧିକ ପ୍ଲଟ ପାଇବେ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ଙ୍କଠାରୁ ଏକାଧିକ ପ୍ଲଟ୍ ନେବା ନିମନ୍ତେ ଦାୟର ମାମଲାର ବିଚାର କରି ବିଚାରପତି ବିଶ୍ୱନାଥ ରଥ ଏହି ରାୟ ପ୍ରଦାନ କରିଛନ୍ତି । ଏହି ରାୟକୁ କାର୍ଯ୍ୟକାରୀ କରିବା ନିମନ୍ତେ ଆଡ୍‌ଭୋକେଟ ଜେନେରାଲ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବଙ୍କ ଜରିଆରେ ସମସ୍ତ ଉନ୍ନୟନ କ ର୍ୃପକ୍ଷଙ୍କୁ ନିୟମାବଳୀ ପ୍ରବର୍ତ୍ତନ କରିବାକୁ ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ।

ମାମଲାର ବିବରଣୀ ଅନୁଯାୟୀ, ବିଡିଏର ଜଣେ ଅବସରପ୍ରାପ୍ତ କର୍ମଚାରୀ ସରୋଜକାନ୍ତ ମଲ୍ଲିକ ବିଡିଏରୁ କର୍ମଚାରୀ ଇଛାଧୀନ କୋଟାରେ ୩ଟି ପ୍ଲଟ ହାତେଇନେଇଥିଲେ । ସେ ବିଡିଏର ଜୁନିୟର ଆସିଷ୍ଟାଣ୍ଟ ଥିବା ବେଳେ କଳିଙ୍ଗନଗର ପ୍ଲଟେଡ୍ ଡେଭେଲପମେଣ୍ଟ ଯୋଜନାରେ କର୍ମଚାରୀ ଇଚ୍ଛାଧିନ କୋଟାରେ ୧୯୯୧ ମସିହାରେ ଏକ ପ୍ଲଟ ନେଇଥିଲେ । ତେବେ ୧୯୯୯ରେ ସେ ଏହି ପ୍ଲଟ୍‌କୁ ବିଡିଏ କର୍ତ୍ତୃପକ୍ଷଙ୍କ ଅନୁମୋଦନରେ ଫରହଟ ନିଜାମି ନାମକ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିଲା ବେଳେ ବିଡିଏ ଅ ଳରେ କୌଣସି ପ୍ଲଟ ନଥିବାରୁ ୨୦୦୦ ମସିହାରେ ସେ ଏକ ବ୍ୟବସାୟିକ ପ୍ଲଟ୍ ପାଇଥିଲେ ।

ତାଙ୍କର ରହିବା ପାଇଁ କୌଣସି ଆବାସିକ ପ୍ଲଟ୍ ନଥିବାର ସେ କର୍ମଚାରୀ କୋଟାରେ ଚନ୍ଦ୍ରଶେଖରପୁର ପ୍ରାଚୀ ଏନ୍‌କ୍ଲେଭରେ ଆବାସିକ ପ୍ଲଟ୍ ପାଇବା ନିମନ୍ତେ ପୁଣି ଆଉ ଏକ ପ୍ଲଟ୍ ପାଇଁ ଆବେଦନ କରିଥିଲେ । ମାତ୍ର ବିଡିଏ ଏହି ଆବେଦନକୁ ବାତିଲ କରିଦେଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ସରୋଜକାନ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜଣେ ବ୍ୟକ୍ତିଙ୍କ ଏକାଧିକ ପ୍ଲଟ ନେଇ ବ୍ୟବସାୟିକରଣ କରୁଥିଲା ବେଳେ ପ୍ରକୃତ ହିତାଧିକାରୀ ଭାବେ ସାଧାରଣ ଲୋକ ଭୁବନେଶ୍ୱରରେ ପ୍ଲଟ୍ ପାଇବାରୁ ବଞ୍ôଚତ ହୋଇଛନ୍ତି ବୋଲି ବିଡିଏ ପକ୍ଷରୁ କୋର୍ଟରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା ।

ହାଇକୋର୍ଟ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି ସରୋଜକାନ୍ତଙ୍କ ଆବେଦନ ଖାରଜ କରିବା ସହିତ ଓଡ଼ିଶାର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ ଏନେଇ ନିୟମାବଳୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଡିଏ ପକ୍ଷରୁ ଆଇନ୍‌ଜୀବୀ ଦୟାନନ୍ଦ ମହାପାତ୍ର ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking