20.1 C
Bhubaneswar
Wednesday, December 25, 2024
HomeSCO ବୈଦେଶିକି ମନ୍ତ୍ରୀ ସମ୍ମିଳନୀଏସ୍‌ସିଓ ବୈଠକ ନିମନ୍ତେ ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ରାଜନାଥଙ୍କ ପୂର୍ବ ଆଲୋଚନା

ଏସ୍‌ସିଓ ବୈଠକ ନିମନ୍ତେ ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ରାଜନାଥଙ୍କ ପୂର୍ବ ଆଲୋଚନା

ନୂଆଦିଲ୍ଲୀ: ଏସସିଓ ସମ୍ମିଳନୀ ଅବସରରେ ଚୀନ ପ୍ରତିପକ୍ଷଙ୍କ ସହ ରାଜନାଥ ସିଂଙ୍କର ହେଲା ବୈଠକ । ଗଲଓ୍ବାନ ସଂଘର୍ଷ ପରେ ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା । ପ୍ରକୃତ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ହ୍ରାସ ମୁଖ୍ୟ ପ୍ରସଙ୍ଗ ।ପୂର୍ବ-ଲଦାଖ ସଂଘର୍ଷ ପରେ ଉଭୟ ଦେଶର ପ୍ରତିରତିକ୍ଷା ମନ୍ତ୍ରୀ ଙ୍କ ମଧ୍ୟରେ ଏହା ପ୍ରଥମ ପ୍ରତ୍ୟେକ୍ଷ ଆଲୋଚନା । ପୂର୍ବରୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ପାଇଁ କମାଣ୍ଡରସ୍ତରୀୟ ଆଲୋଚନା ଶୃଙ୍ଖଳା ଜାରି ରହିଛି । ଏହି ଆଲୋଚନା ୧୮ତମ ରାଉଣ୍ଡରେ ପହଞ୍ଚିଛି । କିଛି ମାତ୍ରା ରେ ଏହା ସଫଳ ମଧ୍ୟ ହୋଇଛି ।ପ୍ରକୃତ ନିୟନ୍ତ୍ରଣ ରେଖାର କିଛି ଉତ୍ତେଜନାପୂର୍ଣ୍ଣ ସ୍ଥାନରୁ ଉଭୟ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ସୈନ୍ୟ ଅପସାରଣ କରିସାରିଛନ୍ତି । ନ୍ହେଲେ ଗଲଓ୍ବାନ ଘାଟି ସଂଘର୍ଷ ପରେ ଉଭୟ ଦେଶର ପ୍ରତିରତିକ୍ଷା ମନ୍ତ୍ରୀ ଙ୍କ ମଧ୍ୟରେ ଏହା ପ୍ରଥମ ଔପଚାରିକ ବୈଠକ । ଏହି ବୈଠକରେ ମଧ୍ୟ ଭାରତ ପକ୍ଷରୁ ଏଲଏସିରେସି ସଂଘର୍ଷ ଆଶଙ୍କା ହ୍ରାସ କରିବା ସହ ଶାନ୍ତି ପ୍ରତିଷ୍ଠା ତି ଉପରେ ଗୁରୁଗୁରୁତ୍ବା ରୋପ କରାଯାଇଛି ।
। ଏଥିରେ ଚୀନ ବୈଦେଶିକ ମନ୍ତ୍ରୀ ଛିନ୍ଛି କାଙ୍ଗ୍ ମଧ୍ୟ ଅଂଶଗ୍ରହଣ କରିବା ପାଇଁ ଭାରତ ଗସ୍ତରେ ଆସୁଛନ୍ତି । ଆସନ୍ତା ମାସ ମେ’ ୪ ଓ ୫ ତାରିଖ ଦୁଇ ଦିନ ଏହି ବୈଠକ କାର‌୍ୟ୍ୟସୂଚୀ ରହିଛି । ଚୀନ ପ୍ରତିପତିକ୍ଷଙ୍କ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ବୈଠକ ହେବ । ଏଥିରେ ମଧ୍ୟ ଦ୍ବିପାକ୍ଷିକ ବୈଦେଶିକ ବ୍ୟାପାର ପ୍ରସଙ୍ଗର ଏକାଧିକ ଦିଗ ସମ୍ପର୍କରେ ଆଲୋଚନା ହେବ । ଭାରତ-ଚୀନ ବୈଦେଶିକ ସମ୍ପର୍କରେ ସୁଧାର ପାଇଁ ଉଭୟ ପକ୍ଷ ମାନସ ମନ୍ଥନ କରିବେ । ଆଜି ପ୍ରତିରତିକ୍ଷା ମନ୍ତ୍ରୀ ରାଜନାଥ ସିଂ ଚୀନ ପ୍ରତିପତିକ୍ଷଙ୍କୁ ଭେଟିବା ଟି ପୂର୍ବରୁ ଇରାନ ଓ ତାଜିକିସ୍ତାନର ପ୍ରତିପତିକ୍ଷଙ୍କ ସହ ମଧ୍ୟ ବୈଠକ କରିଥିଲେ । ଏଥିରେ ଉଭୟ ଦେଶ ସହ ଭାରତର ସାମରିକ ସହଯୋଗ ସମ୍ପର୍କ ଆଲୋଚନା ହୋଇଥିଲା । ଚଳିତ ଏସ୍ସିଓ  ସିମ୍ମିଳନୀ ଦିଲ୍ଲୀଦିଲ୍ଲୀରେ ଆୟୋଜିତ ହେଉଥିବା ବେଳେ ଏଥିରେ ପାକିସ୍ତାନ ବ୍ୟତୀତ ଋଷ ଓ ଚୀନ ସମେତ ଅନ୍ୟ ସମସ୍ତ ସଦସ୍ୟ ରାଷ୍ଟ୍ର ଅଂଶଗ୍ରହଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking