ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପସାଗରରେ ଆସୁଛି ଲଘୁଚାପ । ମେ ୫ ପାଖାପାଖି ଲଘୁଚାପ କ୍ଷେତ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଅବପାତଟି ବାତ୍ୟାରେ ପରିଣତ ହେବ କି ନାହିଁ ଏବେ ଯାଏ ଏହା ସ୍ପଷ୍ଟ ହୋଇପାରିନାହିଁ । ବର୍ତ୍ତମାନ ଆକଳନ ଅନୁସାରେ ଏହା ଓଡିଶାକୁ ପ୍ରଭାବ ପକାଇବନାହିଁ ।