18.1 C
Bhubaneswar
Thursday, January 9, 2025
Homeଓଡିଶାଠକ ତାନ୍ତ୍ରିକ ଗିରଫ; ଘରୁ ଗୁପ୍ତଧନ ବାହାର କରିଦେବା ନାଁରେ ଲୋକଙ୍କୁ ଲୁଟୁଥିଲା

ଠକ ତାନ୍ତ୍ରିକ ଗିରଫ; ଘରୁ ଗୁପ୍ତଧନ ବାହାର କରିଦେବା ନାଁରେ ଲୋକଙ୍କୁ ଲୁଟୁଥିଲା

କଟକ: ବିଜ୍ଞାନ ଯେତେ ଅଗ୍ରଗତି କଲେ ମଧ୍ୟ ଜନସାଧାରଣଙ୍କ ମନରୁ ଅନ୍ଧବିଶ୍ୱାସ ଦୂର ହୋଇପାରୁ ନାହିଁ । ତେଣୁ ଭଣ୍ଡ ବାବାମାନେ ଏହାର ଫାଇଦା ଉଠାଇ ଲୋକଙ୍କୁ ଲୁଟୁଛନ୍ତି । କଟକରେ ଏଭଳି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ମହିଳା ଲକ୍ଷାଧିକ ଟଙ୍କା ଲୁଟର ଶିକାର ହୋଇଛନ୍ତି । ସଂପୃକ୍ତ ମହିଳାଙ୍କୁ ଠକିଥିବା ଜଣେ ଭଣ୍ଡ ତାନ୍ତ୍ରିକକୁ ପୁଲିସ ଗିରଫ କରିଛି । ତାଠାରୁ ପୁଲିସ ଦାମୀ କାର, ନକଲି ହୀରା, ସୁନା, ରୂପା ଓ ଅନ୍ୟାନ୍ୟ ରତ୍ନ ପଥର ଜବତ କରିଛି ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭଣ୍ଡ ମୌଲାନା କୈଫି ଖାନ୍ ଜଣେ ପେସାଦାର ଠକ । ଗୁଣିଗାରେଡ଼ି କରି ଘରୁ ଗୁପ୍ତଧନ ବାହାର କରିଦେବ ବୋଲି କହି ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି କରୁଥିଲା । ଆଉ ତା’ର ସେହି ନାଟକରେ ମଙ୍ଗଳବାଗ ଥାନା ଅଞ୍ଚଳର ଜଣେ ମହିଳା ଫସିଯାଇଥିଲେ । ଘରୁ ଗୁପ୍ତଧନ ବାହାରିବାର ଲୋଭରେ କୈଫି କଥାରେ ପୂଜାର୍ଚ୍ଚନା କରିଥିଲେ । କୈଫି ଅନ୍ଧାର ଘର ଭିତରେ ପୂଜାର୍ଚ୍ଚନା କରୁଥିଲା । ଆଉ ପୂଜାର୍ଚ୍ଚନା ଭିତରେ ମହିଳାଙ୍କ ଅନୁପସ୍ଥିତିରେ ସେ ଘର ଭିତରେ ଗାତଖୋଳି ହୀରା ଓ ବ୍ରୋଞ୍ଜ ପରି ଦେଖାଯାଉଥିବା ପଦାର୍ଥକୁ ପୋତି ଦେଇଥିଲା । ତା’ପରେ ପୋତିଥିବା ସ୍ଥାନରେ ନିୟମିତ ଭାବେ ପୂଜା କରିଥିଲା ।

ସେହି ଘର ଭିତରକୁ କାହାକୁ ଛାଡ଼ୁ ନଥିଲା । ପରବର୍ତ୍ତୀ ସମୟରେ ପୂଜା କରି ସମ୍ପୃକ୍ତ ମହିଳା ଓ ତାଙ୍କ ପରିବାର ଲୋକଙ୍କ ସମ୍ମୁଖରେ ଘର ଭିତରେ ଖୋଳି ପୋତିଥିବା ହୀରା ଓ ବ୍ରୋଞ୍ଜ ପରି ଦେଖାଯାଉଥିବା କିଛି ପଦାର୍ଥକୁ ବାହାର କରିଥିଲା । କିନ୍ତୁ କାହାକୁ ସେ ସବୁ ଜିନିଷରେ ହାତ ମାରିବାକୁ ଦେଇନଥିଲା । ଅଧାପୂଜାରେ ହାତ ମାରିଲେ ସେହି ପଦାର୍ଥର ହୀରା ଓ ବ୍ରୋଞ୍ଜ ଗୁଣ ନଷ୍ଟ ହୋଇଯିବ ବୋଲି କହୁଥିଲା । ଏହି ପଦାର୍ଥକୁ ସୁଦ୍ଧି କରିବାକୁ ପଡ଼ିବ ବୋଲି କହିବା ସହ ଘନଘନ ପୂଜା କରିଥିଲା । ଏମିତି ୮ରୁ ୯ ମାସ ଧରି ଘରେ କୈଫି ନିୟମିତ ଯାଇ ପୂଜା କରୁଥିଲା । ସେଥିପାଇଁ ପର୍ଯ୍ୟାୟ କ୍ରମେ ସେ ୬୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିଲା । ଆଉ ଗୁପ୍ତ ଧନ ପାଇବା ଆଶାରେ ସଂପୃକ୍ତ ମହିଳା ହାତ ଖୋଲି ଟଙ୍କା ଦେଉଥିଲେ । କୈଫି ଖାନ୍ ବାରମ୍ବାର ଟଙ୍କା ନେଉଥିଲା, କିନ୍ତୁ ଗୁପ୍ତ ଧନ ଦେଉନଥିଲା ।

ଯାହାକୁ ନେଇ ଅତିଷ୍ଠ ହୋଇପଡ଼ିଥିଲେ ପରିବାରଲୋକେ । ତେଣୁ କୈଫିର କାର୍ଯ୍ୟକଳାପ ପ୍ରତି ସନ୍ଦେହ କରିଥିଲେ । ପରେ ସଂପୃକ୍ତ ମହିଳା ଏନେଇ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି କମିଶନରେଟ୍ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୁଲିସ୍ ପ୍ରଥମେ ମୌଲାନା କୈଫିକୁ ହେପାଜତକୁ ନେଇ ଘନଘନ ପଚରାଉଚରା କରିବା ପରେ ପୁଲିସ୍ ତାକୁ ଗିରଫ କରିଛି । ପୁଲିସ କୈଫିଠାରୁ ନଗଦ ୨ ଲକ୍ଷ ୭୬ ହଜାର ଟଙ୍କା, ଗୋଟିଏ ବୁଲେଟ୍‌, ଦୁଇଟି ବିଳାଶପୂର୍ଣ୍ଣ କାର, ୭୦ଟି ନୂଆ ମୋବାଇଲ୍‌, ୨୦ଟି ଦାମି ଘଣ୍ଟା, ବ୍ୟାଙ୍କ ପାସବୁକ୍‌, ଚେକବୁକ୍‌, ୧୩ଟି ବୀମା ପଲିସି, ହୀରା ଓ ବ୍ରୋଞ୍ଜ ପରି ଦେଖା ଯାଉଥିବା ପଦାର୍ଥ ଏବଂ ଅନ୍ୟାନ୍ୟ ସାମଗ୍ରି ଜବତ କରିଛି । ଏ ନେଇ କଟକ ଡିସିପି ପିନାକ ମିଶ୍ର କହିଛନ୍ତି ଯେ ଅଭିଯୁକ୍ତ ଜଣେ ପେସାଦାର ଠକ ।

ସେ ମଧୁର କଥା କହି ଲୋକଙ୍କ ମନ କିଣୁଥିଲା । ତା’ପରେ ମନ୍ତ୍ରତନ୍ତ୍ର ବଳରେ ଘରେ ଥିବା ଗୁପ୍ତ ଧନ ବାହାର କରିଦେବ ବୋଲି କହୁଥିଲା । ଠକର ସେହି ଚାଲରେ ଲୋକମାନେ ଫସି ଯାଉଥିଲେ । ଠକୁଥିବା ଟଙ୍କାରେ ଗୋଟିଏ ମୋବାଇଲ୍ ଦୋକାନ କରିଥିଲା । ସେ ଏମିତି ଅନେକ ଲୋକଙ୍କ ଠାରୁ ଠକିଥିବା ଜଣାପଡ଼ିଛି । କିଛି ଲୋକ ଅଭିଯୋଗ ମଧ୍ୟ କଲେଣି । ଏପରି ବ୍ୟକ୍ତିଠାରୁ ଦୂରେଇ ରହିବାକୁ ଡିସିପି ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking