24.1 C
Bhubaneswar
Sunday, October 20, 2024
Homeଅପରାଧଧୋକାବାଜ୍ ପ୍ରେମିକର ଧୋକାବାଜ୍ କାହାଣୀ

ଧୋକାବାଜ୍ ପ୍ରେମିକର ଧୋକାବାଜ୍ କାହାଣୀ

କଳାହାଣ୍ଡି: ଧୋକା ଦେଲା ଧୋକାବାଜ୍ ପ୍ରେମିକ । ଦୁଇ ବର୍ଷ ପ୍ରେମ କରି ବିବାହ ନକରି ପାରିବା ଦୁଃଖରେ ପ୍ରେମିକ-ପ୍ରେମିକା ଏକାଠି ଜୀବନ ହାରିଦେବା ପାଇଁ ନିଷ୍ପତ୍ତି ନେଇଥିଲେ । କଥା ଅନୁସାରେ ପ୍ରେମିକ ହାତରେ ବିଷ ବୋତଲ ଧରାଇଦେଲା ଅଭିଯୁକ୍ତ ପ୍ରେମିକ । ପ୍ରେମିକା ସିନା ପ୍ରେମ ପାଇଁ ବିଷ ପିଇଦେଲା, ହେଲେ ପ୍ରେମିକ ଜଣକ ବିଷ ନପିଇ ଫେରାର ମାରିଥିଲା ।

ବିଷ ପିଇବା ପରେ ନାବାଳିକା ଜଣକ ବୁର୍ଲା ଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ପଞ୍ଚାୟତ ନୁନପାଣି ଗାଁରେ । ନୁନପାଣି ଗାଁର ଜଣେ ନାବାଳିକା ଓ ସମୀର ପୁଝାରି ନାମକ ଯୁବକଙ୍କ ମଧ୍ୟରେ ଦୀର୍ଘ ୨ବର୍ଷ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ଭିନ୍ନ ଜାତିର ହୋଇଥିବା ଯୋଗୁଁ ପ୍ରେମରେ ଧୀରେ ଧୀରେ ଫାଟ ସୃଷ୍ଟି ହୋଇଥିଲା ।

ହେଲେ ନାବାଳିକା ଜଣକ ସମୀରଙ୍କ ପ୍ରେମରେ ଏପରି ପାଗଳ ଥିଲେ ଯେ ବିବାହ ପାଇଁ ଅଡ଼ି ବସିଥିଲେ । ହେଲେ ସମୀର ଭିନ୍ନ ଜାତିର ହୋଇଥିବା ଯୋଗୁଁ ବିବାହ କରିବାକୁ ରାଜି ହୋଇନଥିଲେ । ଶେଷରେ ଉଭୟେ ଏକାସାଙ୍ଗରେ ବିଷ ପିଇ ମରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ସମୀର ବିଷ କିଣି ଆଣି ଦେଇଥିଲେ । ମାର୍ଚ୍ଚ ୧୯ ତାରିଖ ଦିନ ସମୀର ଆଣିଥିବା ବିଷ ଧରି ତାଙ୍କ ଘରେ ପହଞ୍ଚିଥିଲେ ନାବାଳିକା ଜଣକ । ପ୍ରଥମେ ନାବାଳିକା ଜଣଙ୍କ ବିଷ ପିଇ ଦେଇଥିଲେ ।

ହେଲେ ମୃତ୍ୟୁ ପରେ ଏକାଠି ହେବା ପାଇଁ କଥା ଦେଇଥିବା ସମୀର ବିଷ ପିଇନଥିଲେ । ଆଉ ସେହି ସ୍ଥାନରୁ ପଳାଇ ଯାଇଥିଲେ । ଏହି ଘଟଣା ପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଧର୍ମଗଡ ପରେ ଭବାନୀପାଟଣା ଆଉ ଶେଷରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଇ ଥିଲେ । ଦୀର୍ଘ ଏକମାସ ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରିବା ପରେ ଗତକାଲି ଚିକିତ୍ସା ଅବସ୍ଥାରେ ସେ ଆଖି ବୁଜିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking