31.7 C
Bhubaneswar
Wednesday, January 22, 2025
Homeଦେଶ ବିଦେଶଭାରତରୁ ତୈଳ ରପ୍ତାନୀ ପ୍ରସଙ୍ଗ; ଓପେକ୍‌ର ଅବଦାନ ୫୯%କୁ ହ୍ରାସ

ଭାରତରୁ ତୈଳ ରପ୍ତାନୀ ପ୍ରସଙ୍ଗ; ଓପେକ୍‌ର ଅବଦାନ ୫୯%କୁ ହ୍ରାସ

ନୂଆଦିଲ୍ଲୀ: ଦିନଥିଲା ଓପେକ୍ (ଅର୍ଗାନାଇଜେସନ ଅଫ୍ ପେଟ୍ରୋଲିୟମ ଏକ୍ସପୋର୍ଟିଂ କଣ୍ଟ୍ରିଜ୍‌) ସଂଗଠନ ଭାରତକୁ ସର୍ବାଧିକ ଅଣବିଶୋଧିତ ତୈଳ ରପ୍ତାନୀ କରୁଥିଲା । ତେବେ ଗତ ଆର୍ôଥକବର୍ଷରେ (୨୦୨୨-୨୩) ଓପେକ୍ ପକ୍ଷରୁ ଭାରତକୁ ତୈଳ ରପ୍ତାନୀ ୫୯ ପ୍ରତିଶତକୁ ହ୍ରାସ ପାଇଥିବା ଜଣାପଡିଛି । ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକାର କେତେକ ତୈଳ ଉତ୍ପାଦନକାରୀ ରାଷ୍ଟ୍ରକୁ ନେଇ ଓପେକ୍ ଗଠନ କରାଯାଇଛି । ରୁଷ୍ ବର୍ତ୍ତମାନ ଶସ୍ତା ମୂଲ୍ୟରେ ଭାରତକୁ ତୈଳ ରପ୍ତାନୀ କରୁଥିବାରୁ ଓପେକ୍‌ର କାରବାର ଉପରେ ପ୍ରତିକୂଳ ପ୍ରଭାବ ପକାଉଛି ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

୨୦୨୧-୨୨ରେ ଓପେକ୍‌ର ଅବଦାନ ଭାରତୀୟ ତୈଳ ମାର୍କେଟରେ ୭୨ ପ୍ରତିଶତ ରହିଥିଲା । ଭାରତକୁ ତୈଳ ରପ୍ତାନୀ ପ୍ରସଙ୍ଗରେ ଗତ ଆର୍ôଥକବର୍ଷରେ ଇରାକ୍‌କୁ ପଛରେ ପକାଇ ରୁଷ୍ ଶୀର୍ଷ ସ୍ଥାନ ଅଧିକାର କରିଛି । ଫଳରେ ଅନ୍ୟତମ ଓପେକ୍ ସଦସ୍ୟ ସାଉଦି ଆରବ ତାଲିକାର ତୃତୀୟ ସ୍ଥାନକୁ ଖସିଆସିଛି । ୨୦୨୨ ଫେବୃଆରୀରେ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରଠାରୁ ଆମେରିକା ନେତୃତ୍ୱାଧୀନ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ରୁଷ୍‌ରୁ ତେଲ ଆମଦାନୀ ବନ୍ଦ କରିଦେଇଛନ୍ତି । ଫଳରେ ରୁଷ୍ ପକ୍ଷରୁ ଭାରତକୁ ସର୍ବାଧିକ ତୈଳ ଆମଦାନୀ ରାଷ୍ଟ୍ରଭାବେ ବିବେଚନା କରାଯାଉଛି ।

୨୦୨୨-୨୩ରେ ଭାରତ ବିଦେଶରୁ ମୋଟ ୪.୬୫ ନିୟୁତ ବିପିଡି (ଦୈନିକ ବ୍ୟାରେଲ) ତେଲ ଆମଦାନୀ କରିଥିବାବେଳେ ରୁଷ୍‌ର ଅବଦାନ ୧.୬ ନିୟୁତ ବିପିଡି ରହିଥିବା ଜଣାପଡିଛି । ଆସନ୍ତା ମେ’ରୁ ଓପେକ୍ ପକ୍ଷରୁ ତୈଳ ଉତ୍ପାଦନ ପରିମାଣ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ଫଳରେ ଭାରତକୁ ତୈଳ ରପ୍ତାନୀ ଆହୁରି ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି । ଓପେକ୍ ତୁଳନାରେ ରୁଷ୍‌ରୁ ଆସୁଥିବା ତୈଳର ମାନ ଓ ମୂଲ୍ୟ ଯଥେଷ୍ଟ ଉନ୍ନତ ରହିଥିବା କୁହାଯାଉଛି । କେବଳ ଭାରତ କାହିଁକି, ସିଆଇଏସ୍ (କମନୱେଲଥ୍ ଅଫ୍ ଇଣ୍ଡିପେଣ୍ଡେଣ୍ଟ ଷ୍ଟେଟ୍‌ସ) ରାଷ୍ଟ୍ରଗୁଡିକ ମଧ୍ୟ ବର୍ତ୍ତମାନ ଓପେକ୍ ବଦଳରେ ରୁଷ୍‌ରୁ ତେଲ ଆମଦାନୀ କରିବାକୁ ଶ୍ରେୟସ୍କର ମଣୁଛନ୍ତି । ଭାରତୀୟ ତେଲ ଉତ୍ପାଦନକାରୀ କମ୍ପାନୀଗୁଡିକ ଭାରତୀୟ ମାର୍କେଟରେ କମ ମୂଲ୍ୟରେ ତେଲ ବିକ୍ରି କରିବା ପରିବର୍ତ୍ତେ ବିଦେଶକୁ ରପ୍ତାନୀ କରିବାକୁ ଅଗ୍ରାଧିକାର ଦେଉଛନ୍ତି । ଫଳରେ ଚାହିଦା ପୂରଣ କରିବାକୁ ଭାରତ ପ୍ରତିବର୍ଷ ଅଧିକ ପରିମାଣର ତେଲ ଆମଦାନୀ କରିବାକୁ ବାଧ୍ୟ ହେଉଛି । ଚଳିତବର୍ଷ ମାର୍ଚ୍ଚରେ ଭାରତୀୟ କମ୍ପାନୀଗୁଡିକ ୫ ନିୟୁତ ବିପିଡି ତେଲ ରପ୍ତାନୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking