28.1 C
Bhubaneswar
Friday, March 29, 2024
Homeଅପରାଧନାବାଳିକା ଦୁଷ୍କମ ମାମଲା; ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡ, ୨୦ ହଜାର ଟଙ୍କା ଜୋରିମାନା

ନାବାଳିକା ଦୁଷ୍କମ ମାମଲା; ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡ, ୨୦ ହଜାର ଟଙ୍କା ଜୋରିମାନା

ବ୍ରହ୍ମପୁର: ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଆଜି ପୋକସୋ କୋର୍ଟ ଜଜ ପ୍ରଭାତ କୁମାର ରାଜଗୁରୁ ଶୁଣାଣି କରିଛନ୍ତି । ଉପଯୁକ୍ତ ପ୍ରମାଣକୁ ଆଧାର କରି ଜଜ୍ ଅଭିଯୁକ୍ତ ସଦର ଥାନା ଅନ୍ତର୍ଗତ ଫୁଲଟା ହରିଜନ ସାହିର ଶଙ୍କର ଦାସଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହ ୨୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଦେଇଛନ୍ତି । ସେହିପରି ପିଡିତାଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଜିଲା ଆଇନ୍‌ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ୨୦୨୦ ମସିହା ଡିସେମ୍ବର ୧୯ ତାରିଖ ପୂର୍ବାହ୍ନ ୧୧ଟାରେ ଅଭିଯୁକ୍ତ ଗୋଶାଣିନୁଆଗାଁ ଅଞ୍ଚଳର ଜଣେ ନାବାଳିକାଙ୍କ ଘରକୁ ଯାଇଥିଲେ । ଏହି ସମୟରେ ନାବାଳିକାଙ୍କ ଘରେ କେହି ନଥିବା ଦେଖି ଅଭିଯୁକ୍ତ ଜଣଙ୍କ ନାବାଳିକା ଜଣଙ୍କୁ ଦୁଷ୍କର୍ମ କରିଥିଲେ ।

ଏହାପରେ ଘଟଣା ସ୍ଥଳରୁ ଶଙ୍କର ଫେରାର ହୋଇ ଯାଇଥିଲେ । ପରେ ନାବାଳିକା ଜଣଙ୍କ ଘଟଣା ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ଜଣାଣାଥିଲେ । ଏ ନେଇ ପିଡିତା ନାବାଳିକାଙ୍କ ପରିବାର ପକ୍ଷରୁ ଗୋଷାଣୀନୂଆଗାଁ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ପୁଲିସ ସେହି ମାସ ୨୨ ତାରିଖରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏହି ମାମଲାର ବିଚାର ଚାଲିଥିବା ବେଳେ ୧୫ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ଆଜି କୋର୍ଟ ଉକ୍ତ ମାମଲାର ଶୁଣାଣି କରି ଉପଯୁକ୍ତ ପ୍ରମାଣକୁ ଆଧାର କରି ଜଜ୍ ଅଭିଯୁକ୍ତ ଶଙ୍କର ଦାସଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ସହ ୨୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ନାରାୟଣ ପଣ୍ଡା ଓ ମୁଦୁଲଙ୍କ ପକ୍ଷରୁ ଆଇନଜୀବୀ ଜଗତମୋହନ ପଟ୍ଟନାୟକ ମକଦ୍ଦମା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking