23.1 C
Bhubaneswar
Thursday, November 14, 2024
Homeଦେଶ ବିଦେଶନରୋଦା ନରସଂହାର ମାମଲା; ମାୟା କୋଦନାନୀଙ୍କ ସମେତ ସବୁ ଅଭିଯୁକ୍ତ ଖଲାସ

ନରୋଦା ନରସଂହାର ମାମଲା; ମାୟା କୋଦନାନୀଙ୍କ ସମେତ ସବୁ ଅଭିଯୁକ୍ତ ଖଲାସ

ଅହମ୍ମଦାବାଦ: ୨୦୨୦ ଗୁଜରାଟ ଦଙ୍ଗାବେଳେ ନରୋଦା ଗାଁରେ ହୋଇଥିବା ଦଙ୍ଗା ମାମଲାରେ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି । ଏହି ମାମଲାର ଶୁଣାଣି ପରେ ଅହମ୍ମଦାବାଦର ସ୍ୱତନ୍ତ୍ର କୋର୍ଟ ଏହି ରାୟ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ଏହି ମାମଲାରେ ବାବୁ ବଜରଙ୍ଗୀ ଓ ଗୁଜରାଟର ପୂର୍ବତନ ମନ୍ତ୍ରୀ ମାୟା କୋଦନାନୀ ମଧ୍ୟ ଅଭିଯୁକ୍ତ ଥିଲେ । ସୂଚନା ଅନୁସାରେ ଏହି ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ କେତେକ ଆହତ ହୋଇଥିଲେ ।

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଏହି ମାମଲାରେ ୨୦୧୭ରେ କୋଦନାନୀଙ୍କ ସପକ୍ଷରେ ସାକ୍ଷୀ ରୂପେ କୋର୍ଟରେ ହାଜର ହୋଇଥିଲେ । ସୂଚନାଯୋଗ୍ୟ ନରୋଦା ପାଟିଆ ଦଙ୍ଗାରେ କୋଦନାନୀଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହିତ ୨୮ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା । ପରେ ଗୁଜରାଟ ହାଇକୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିଥିଲା । ୨୦୦୨ ଫେବୃଆରୀ ୨୮ ତାରିଖରେ ଅହମ୍ମଦାବାଦର ନରେଦା ଗାଁରେ ହୋଇଥିବା ଘଟଣାର ଛଅବର୍ଷ ପରେ ସୁପ୍ରିମ୍‌କୋର୍ଟ ଆଦେଶ ପରେ ଏସ୍‌ଆଇଟିକୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା ।

୨୦୦୯ରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା ଏବଂ ୧୮୭ ଲୋକଙ୍କ ପଚରା ଉଚରା କରାଯାଇଥିଲା । ସେହିପରି ୫୭ ଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା । ମାମଲାର ଶୁଣା ୧୩ ବର୍ଷ ଧରି ଚାଲିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking