31.7 C
Bhubaneswar
Wednesday, January 22, 2025
Homeଦେଶ ବିଦେଶଭୁଟାନ୍‌ରେ ୧୦୦୦ ଘର ନିର୍ମାଣ କରୁଛି ଚୀନ୍‌

ଭୁଟାନ୍‌ରେ ୧୦୦୦ ଘର ନିର୍ମାଣ କରୁଛି ଚୀନ୍‌

ନୂଆଦିଲ୍ଲୀ: ଭୁଟାନ୍‌ର ଏମୋ ଚୁରେ ନିଜର ସୈନିକଙ୍କ ପାଇଁ ଚୀନ୍ ଏକ ହଜାର ଘର ନିର୍ମାଣ କରିଛି । ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ ଏହା ଏବେ ଭାରତୀୟ ସେନାର ମୁଣ୍ଡବିନ୍ଧାର କାରଣ ପାଲଟିଛି । କାରଣ ଏହା ଭାରତ-ଭୁଟାନ୍‌-ଚୀନ୍ ଡୋକ୍‌ଲାମ୍ ଟ୍ରାଇଜଙ୍କସନ୍‌ଠାରୁ କିଛି ଦୂରରେ ଅବସ୍ଥିତ । ଏହି ସ୍ଥାନରେ ୨୦୧୭ରେ ବେଜିଂ ପକ୍ଷରୁ ରୋଡ୍ କନ୍‌ଷ୍ଟ୍ରକ୍‌ସନ୍‌କୁ ନେଇ ଭାରତ ଏବଂ ଚୀନ୍ ମଧ୍ୟରେ ସୈନ୍ୟ ଗତିରୋଧ ହୋଇଥିଲା । ରିପୋର୍ଟ ଅନୁସାରେ ଡୋକ୍‌ଲାମ୍ ନିକଟରେ ଚୀନ୍ ନିଜ ସେନା ପାଇଁ ବିଲ୍ଡିଂ ନିର୍ମାଣ କରିବା ପଛରେ ଏକ ବଡ଼ କାରଣ ରହିଛି ।

ଏହା ଜରିଆରେ ଚୀନ୍ ୨୦୧୭ରେ ଭାରତୀୟ ସେନା ସହିତ ସଂଘର୍ଷ ଘଟିଥିବା ସ୍ଥାନରେ ପହଞ୍ଚିବାକୁ ଉଦ୍ୟମ ଚଳାଇଛି । ଏହା ଦ୍ୱାରା କିପରି ଡୋକ୍‌ଲାମ୍‌ର ପଶ୍ଚିମରେ ଭାରତୀୟ ସୁରକ୍ଷାକୁ ବାଇପାସ୍ କରିପାରିବ, ଚୀନ୍ ତାହା ଚାହୁଁଛି । ଇଣ୍ଡିଆନ୍ ମିଲିଟାରୀ ପ୍ଲାନର୍ସଙ୍କ ଅନୁସାରେ ଡୋକ୍‌ଲାମ୍‌ର ପଶ୍ଚିମରେ ଚୀନ୍ ନିୟନ୍ତ୍ରିତ ଭୁଟାନ୍ ଅଞ୍ଚଳରେ ଯେକୌଣସି ଗତିବିଧି ଭାରତୀୟ ସୁରକ୍ଷାକୁ ବିପଦ ପଞ୍ଚାଇପାରେ । ଅନ୍ୟପକ୍ଷରେ ଡୋକ୍‌ଲାମ୍‌ରେ ନିୟନ୍ତ୍ରଣ ପରେ ଚୀନ୍‌କୁ ରଣନୀତିକ ଲାଭ ମିଳିପାରେ ବୋଲି ଭାରତୀୟ ସୁରକ୍ଷା ବିଶେଷଜ୍ଞ କହିଛନ୍ତି । ନିକଟରେ ଭାରତୀୟ ସେନା ହା ଜିଲ୍ଲାରେ ଭାରତୀୟ ଅଧିକାରୀଙ୍କୁ ଭେଟିଥିଲା । ଏହି ବୈଠକରେ ଚୀନ୍‌ର ବଡ଼ ଧରଣର ବିଲ୍ଡ-ଅପ୍ ସମ୍ପର୍କରେ କୁହାଯାଇଥିଲା । ସୂଚନାଯୋଗ୍ୟ, ହା ଜିଲ୍ଲା ଚୀନ୍ ନିର୍ମାଣ କାର୍ଯ୍ୟ ଚଳାଇଥିବା ବିବାଦୀୟ ଅଞ୍ଚଳର ଠିକ୍ ପୂର୍ବରେ ଅବସ୍ଥିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking