20.1 C
Bhubaneswar
Thursday, January 9, 2025
Homeଦେଶ ବିଦେଶଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଏବେ ସର୍ବଶକ୍ତିମାନ; ସୁପ୍ରିମ୍‌କୋର୍ଟ ମଧ୍ୟ ପଦରୁ ହଟାଇପାରିବ ନାହିଁ

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଏବେ ସର୍ବଶକ୍ତିମାନ; ସୁପ୍ରିମ୍‌କୋର୍ଟ ମଧ୍ୟ ପଦରୁ ହଟାଇପାରିବ ନାହିଁ

ତେଲ୍‌ଆଭିଭ୍ : ଇସ୍ରାଏଲ୍ ସରକାର ଗୁରୁବାର ସଂସଦରେ ଏକ ନୂଆ ବିଲ୍ ପାସ୍ କରିଛନ୍ତି । ଏହା ଅନୁସାରେ ଏବେ ଦେଶର ସୁପ୍ରିମ୍‌କୋର୍ଟ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପଦରୁ ହଟାଇପାରିବ ନାହିଁ । ପ୍ରଧାନମନ୍ତ୍ରୀ ଶାରୀରିକ ଏବଂ ମାନସିକ ଭାବେ ଅନୁପଯୁକ୍ତ ହେଲେ କେବଳ ସରକାର ତାଙ୍କୁ ଅଯୋଗ୍ୟ ଘୋଷିତ କରି ଅସ୍ଥାୟୀ ଭାବେ ହଟାଇପାରିବେ । ଏଥିପାଇଁ ବି ତିନି-ଚତୁର୍ଥାଂଶ ସାଂସଦଙ୍କ ସମର୍ଥନ ଆବଶ୍ୟକ ।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଦେଶର ସଂସଦକୁ ସୂଚନା ଦେଇ ନିଜେ ଇସ୍ତଫା ଦେଇପାରନ୍ତି । ଏଥିପାଇଁ ତାଙ୍କୁ ଦୁଇ-ତୃତୀୟାଂଶ ସାଂସଦଙ୍କ ସମର୍ଥନର ଆବଶ୍ୟକ ପଡିବ । ଇସ୍ରାଏଲ୍ ସଂଦର ଦୀର୍ଘ ଆଲୋଚନା ପରେ ଏହି ବିଲ୍ ଗୁରୁବାର ୬୧-୪୭ ଭୋଟ୍‌ରେ ପାରିତ ହୋଇଛି । ଏହି ନିୟମ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବଞ୍ଚାଇବା ପାଇଁ କରାଯାଇଛି ବୋଲି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଅଭିଯୋଗ ହୋଇଛି ।

ଅସଲରେ ନେତାନ୍ୟାହୁଙ୍କ ବିରୋଧରେ ଲାଞ୍ଚ ନେବା, ନିଜର ଖାସ୍ ଲୋକଙ୍କଠାରୁ ମୂଲ୍ୟବାନ ଉପହାର ଗ୍ରହଣ କରିବା ଏବଂ ସରକାରଙ୍କ ସପକ୍ଷରେ ଖବର ଦେଖାଇବା ପାଇଁ ମିଡିଆ କମ୍ପାନୀ ସହିତ ଡିଲ୍ କରିଥିବା ଭଳି ତିନିଟି ଅଭିଯୋଗ ରହିଛି । ଏହା ବ୍ୟତୀତ ଇସ୍ରାଏଲ୍‌ରେ ଜୁଡିସିଆଲ୍ ରିଫର୍ମକୁ ନେଇ ମଧ୍ୟ ନେତାନ୍ୟାହୁ ସରକାର ସଂକଟରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking