ନାଗପୁର: ନାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି (ଏନ୍ଆଇଏ) ଗୁରୁବାର ଆତଙ୍କବାଦୀ ସମ୍ବନ୍ଧିତ ମାମଲାରେ ମହାରାଷ୍ଟ୍ର ନାଗପୁରର ତିନିଟି ସ୍ଥାନରେ ଚଢ଼ଉ କରିଛି । ଏକମାସ ପୂର୍ବେ ଏନ୍ଆଇଏ ଦେଶର ୭୨ଟି ସ୍ଥାନରେ ଚଢ଼ଉ କରିଥିଲା । ଗ୍ୟାଙ୍ଗ୍ଷ୍ଟର୍ ଲରେନ୍ସ ବିଷ୍ଣୋଇ ଓ ତା’ ନିକଟତମଙ୍କ ଠିକଣାରେ ଏକ ରେଡ୍ କରାଯାଇଥିଲା । ଏନ୍ଆଇଏ ରାଜସ୍ଥାନ, ପଞ୍ଜାବ, ହରିଆନା, ଦିଲ୍ଲୀ, ଚଣ୍ଡିଗଡ଼, ମଧ୍ୟପ୍ରଦେଶ, ଗୁଜରାଟ ଏବଂ ଉତ୍ତର ପ୍ରଦେଶର ଏକ ସମୟରେ ଏହି ରେଡ୍ କରିଥିଲା ।